Categories: ଜାତୀୟ

ଅତିକ-ଅଶରଫ ହତ୍ୟା ଘଟଣା ପରେ ଆକ୍ସନ ମୋଡରେ ସିଏମ ଯୋଗୀ,ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ ଦେଲେ ୟୁପି ସରକାର

ଲକ୍ଷ୍ନୌ,୧୬।୪: ମାଫିଆ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫ ଅହମଦଙ୍କ ହତ୍ୟା ପରେ କେନ୍ଦ୍ର ସରକାର ଆକ୍ସନ ମୋଡକୁ ଆସିଯାଇଛନ୍ତି। ୧୫ ଏପ୍ରିଲ ଅର୍ଥାତ ଶନିବାର ବିଳମ୍ବିତ ରାତିରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମାମଲାର ରିପୋର୍ଟ ତଲବ କରାଯାଇଥିଲା। ସୂତ୍ରର ସୂଚନା ଅନୁଯାୟୀ, ଏବେ ଉତ୍ତର ପ୍ରଦେଶ ସରକାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଏହି ମାମଲାର ରିପୋର୍ଟ ଦେଇଛନ୍ତି। ରିପୋର୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମୁଖ୍ୟ ସଚିବ ସଞ୍ଜୟ ପ୍ରସାଦଙ୍କ ବୈଠକ ପରେ ପଠାଇ ଦିଆଯାଇଛି।

ଅତିକ ଓ ଅଶରଫଙ୍କ ହତ୍ୟା ପରେ ଉତ୍ତର ପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ବିଗିଡି ନ ଯିବ ସେଥିପାଇଁ ସମ୍ପୂର୍ଣ୍ଣ ନଜର ରଖାଯାଇଛି। ପ୍ରୟାଗରାଜ ସମେତ ସମଗ୍ର ଉତ୍ତର ପ୍ରଦେଶରେ ଧାରା ୧୪୪ ଲାଗୁ କରାଯାଇଛି। ଏହା ବ୍ୟତୀତ ଆଖ ପାଖର ଜିଲାରୁ ବି ଫୋର୍ସ ମଗାଯାଇଛି। ଏହାସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ଅଧିକାରୀଙ୍କୁ ଆଲର୍ଟ ରହିବା, ରାଜ୍ୟରେ ଶାନ୍ତି ଓ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ଓ ଜନସାଧାରଣ କୌଣସି ପ୍ରକାର ଚିନ୍ତିତ ନ ହେବାକୁ କହିଛନ୍ତି।

Share