Categories: ଜାତୀୟ

କସାରି ମସାରିରେ ଅତିକ-ଅଶ୍ରଫଙ୍କୁ ଦିଆଗଲା କବର

ଲକ୍ଷ୍ନୌ,୧୬।୩: ମାଫିଆ ତଥା ବିଧାୟକ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫଙ୍କୁ ରବିବାର କସାରି ମସାରି କବରସ୍ତାନରେ କବର ଦିଆଯାଇଛି। ପ୍ରୟାଗରାଜର ଏକ ହସ୍ପିଟାଲରେ ଅତିକ-ଅଶ୍ରଫଙ୍କ ବ୍ୟବଚ୍ଛେଦ ପରେ ମୃତଦେହ କଡା ସୁରକ୍ଷା ଭିତରେ କବରସ୍ତାନରେ ପହଞ୍ଚାଯାଇଥିଲା। ଏହାପରେ ପରିବାର ଲୋକଙ୍କ ଉପସ୍ଥିତିରେ ଦୁଇ ଭାଇଙ୍କୁ କବର ଦିଆଯାଇଛି। ସବୁଠୁ ବଡ଼ କଥା ହେଉଛି ଏହି କବରସ୍ତାନରେ କିଛି ଦିନ ପୂର୍ବରୁ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ଅତିକଙ୍କ ପୁଅ ଅସଦ ମହମ୍ମଦଙ୍କୁ ମଧ୍ୟ କବର ଦିଆଯାଇଛି। ଅତିକର ଶେଷକୃତ୍ୟ ନୀତି ତା’ର ଦୁଇ ନାବାଳକ ପୁଅ ଅହଜାମ-ଅବନ କରିଥିବା ସହ ଅସରଫର ଦୁଇ ଝିଅ ତା’ର ଶେଷକୃତ୍ୟ ନୀତି କରିଥିବା କୁହାଯାଉଛି।

Share