Categories: ଜାତୀୟ

ଅତିକଙ୍କୁ ଆଜୀବନ ଜେଲ

ପ୍ରୟାଗରାଜ,୨୮।୩: ଉତ୍ତରପ୍ରଦେଶ ପ୍ରୟାଗରାଜର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ମଙ୍ଗଳବାର ଉମେଶ ପାଲଙ୍କ ଅପହରଣ ଏବଂ ହତ୍ୟା ମାମଲାର ଶୁଣାଣି କରିଛନ୍ତି। ବାହୁବଳୀ ଅତିକ ଅହମ୍ମଦଙ୍କ ସମେତ ୩ଜଣ ଅଭିଯୁକ୍ତ ହନିଫ, ଦିନେଶ ପାସିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲା ଗତ ୧୭ବର୍ଷରୁ ଚାଲୁଥିବା ବେଳେ କୋର୍ଟ ଆଜି ରାୟ ପ୍ରକାଶ କରି ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ କୋର୍ଟ ୩ଜଣଙ୍କ ଉପରେ ୧-୧ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଆଉ ଏହି ଜରିମାନାକୁ ଉମେଶ ପାଲଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଅତିକଙ୍କ ଭାଇ ଅଶରଫ ଅହମ୍ମଦ ସମେତ ୭ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ୍‌ କରିଛନ୍ତି।

 

Share