Categories: ଜାତୀୟ

ଅତିକଙ୍କ ଭାଇ ଅଶରଫଙ୍କର ହଜିଲା ନିଦ, ବିଳମ୍ବିତ ରାତିରେ ଜେଲରେ ମାଗିଲେ ଧାର୍ମିକ ପୁସ୍ତକ

ପ୍ରୟାଗରାଜ,୧୩।୪: ନୌନି ସେଣ୍ଟ୍ରାଲ ଜେଲରେ ବନ୍ଦ ଥିବା ଅତିକ ଅହମଦଙ୍କ ଭାଇ ଅଶରଫ ଅହମଦଙ୍କର ନିଦ ହଜି ଯାଇଛି। ବିଳମ୍ବିତ ରାତିରେ ସେ ଧାର୍ମିକ ପୁସ୍ତକ ମାଗିଥିବା ଜଣାପଡିଛି। କୁହାଯାଉଛି କି ଅଶରଫ ରୋଜା ରଖିଛନ୍ତି। ତାଙ୍କର ଏହି ଦାବିକୁ ପୂରଣ କରିବାକୁ ଯାଇ ଜେଲ ପ୍ରଶାସନ ପକ୍ଷରୁ ବିଳମ୍ବିତ ରାତିରେ ଅଶରଫଙ୍କୁ ଧାର୍ମିକ ପୁସ୍ତକ ଦିଆଯାଇଛି। ନିଦ ନ ହେବାରୁ ସେ ଧାର୍ମିକ ପୁସ୍ତକ ପଢି ରାତି କଟାଇଛନ୍ତି।

ଏହା ବ୍ୟତୀତ ଜେଲରେ ଖାଇବା ପାଇଁ ଅଶରଫ ଖଜୁର ଓ କ୍ଷିର ମାଗିଥିଲେ। ଅଶରଫଙ୍କୁ ଜେଲ ମାନୁଆଲ ଅନୁଯାୟୀ ଜରୁରୀ ସୁବିଧା ଉପଲବ୍ଧ କରାଯାଇଛି। ସେ ରୋଜା ରଖିଛନ୍ତି, ସେଥିପାଇଁ ତାଙ୍କ ଦାବିକୁ ପୂରଣ କରାଯାଇଛି। ବୁଧବାର ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାଫିଆ ତଥା ପୂର୍ବତନ ଏମପି ଅତିକ ଅହମଦଙ୍କୁ କୋର୍ଟରେ ହାଜର କରିବା ଲାଗି ସାବରମତି ଜେଲରୁ ଉତ୍ତର ପ୍ରଦେଶର ପ୍ରୟାଗରାଜ ନିଆଯାଇଛି।

 

Share