ଲକ୍ଷ୍ନୌ,୧୯।୪: ଗ୍ୟାଙ୍ଗ୍ଷ୍ଟର ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ୍ ମହମ୍ମଦଙ୍କ ହତ୍ୟା ମାମଲାରେ ପୋଲିସ ତଦନ୍ତ ଚଳାଇଛି। ତେବେ ଅତିକଙ୍କ ସୁରକ୍ଷାରେ ଅବହେଳା ଯୋଗୁ ବୁଧବାର ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏଥିରେ ଶାହଗଞ୍ଜ ଏସ୍ଓ ଇନ୍ସପେକ୍ଟର ଅଶ୍ୱନୀ କୁମାର ସିଂଙ୍କ ସମେତ ଦୁଇ ଇନ୍ସପେକ୍ଟର ଏବଂ ଦୁଇ କନଷ୍ଟେବଳ ଅଛନ୍ତି।
ମଙ୍ଗଳବାର ଏସ୍ଆଇ ସମେତ ସମସ୍ତ ପୋଲିସ କର୍ମଚାରୀଙ୍କୁ ଏସଆଇଟି ପଚରାଉଚରା କରିଥିଲା। ଯାହା ପରେ ଏସ୍ଆଇଟି ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି। ଏପ୍ରିଲ ୧୫ରେ ୩ ଆକ୍ରମଣକାରୀ ଶାହଗଞ୍ଜ ପୋଲିସ ଷ୍ଟେଶନ ନିକଟରେ ଅତିକ୍-ଅଶ୍ରଫ୍ଙ୍କ ଉପରକୁ ଗୁଳି ଚଳାଇଥିଲେ।