Categories: ଜାତୀୟ

୨୪ଘଣ୍ଟାରେ ୧୩୦୦କି.ମି. ଅତିକ୍ରମ କରି ପ୍ରୟାଗରାଜର ସେଣ୍ଟ୍ରାଲ ଜେଲ୍‌ରେ ପହଞ୍ଚିଲା ଅତିକଙ୍କ କନ୍‌ଭେ

ପୟାଗରାଜ,୨୭।୩: ମାଫିଆରୁ ବାହୁବଳୀ ବିଧାୟକ ହୋଇଥିବା ଅତିକ ଅହମ୍ମଦଙ୍କୁ ଗୁଜରାଟର ଅହମ୍ମଦାବାଦର ସାବରମତୀ ଜେଲ୍‌ରୁ ଉତ୍ତରପ୍ରଦେଶ ପ୍ରୟାଗରାଜକୁ ଅଣାଯାଇଛି। କଡ଼ା ସୁରକ୍ଷା ବଳୟରେ ତାଙ୍କ କନ୍‌ଭେ ପ୍ରୟାଗରାଜର ନୈନି ସେଣ୍ଟ୍ରାଲ ଜେଲ୍‌ରେ ପହଞ୍ଚିଛି। ଜେଲ୍‌ରେ ଅତିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ୪୫ଜଣିଆ ପୋଲିସ ଟିମ୍‌ ରବିବାର ସଡ଼କ ପଥ ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଦେଇ ତାଙ୍କୁ ପ୍ରୟାଗରାଜ ଆଣିଛି। ଏହି ଯାତ୍ରା ୧୩୦୦କିଲୋମିଟର ଅତିକ୍ରମ କରି ୨୪ଘଣ୍ଟାରେ ପୁରା କରାଯାଇଥିଲା। ଅତିକଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟ ସମ୍ମୁଖରେ ହାଜର କରାଯିବ। ଏକ ଅପହରଣ ମାମଲାରେ ତାଙ୍କ ବିରୋଧରେ କୋର୍ଟ ଏକ ନିର୍ଦ୍ଦେଶ ଜାରି କରିବାକୁ ଯାଉଛନ୍ତି, ଯେଉଁଥିରେ ସେ ଜଣେ ଅଭିଯୁକ୍ତ ରହିଛନ୍ତି।

 

Share