ପ୍ରୟାଗରାଜ,୧୬।୫: ମାଫିଆ ଅତିକ୍ ଅହମ୍ମଦ ଏବଂ ଅଶ୍ରଫ୍ ଅହମ୍ମଦଙ୍କ ହତ୍ୟାକାଣ୍ଡ ମାମଲାର ଯାଞ୍ଚ କରୁଥିବା ଏଜେନ୍ସିଗୁଡିକ ଏକ ମାସ ପରେ ମଧ୍ୟ କୌଣସି ଠୋସ ପ୍ରମାଣୂ ହାସଲ କରିପାରିନାହାଁନ୍ତି। ଏଭଳି ପରିସ୍ଥିତିରେ ନ୍ୟାୟିକ କମିଶନ ମଙ୍ଗଳବାର ପୁଣିଥରେ ପ୍ରୟାଗରାଜ ଆସିବେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଏପ୍ରିଲ ୧୫ରେ ଅତିକ୍-ଅଶ୍ରଫ୍ଙ୍କୁ ପୋଲିସ ହେପାଜତରେ ହତ୍ୟା କରାଯାଇଥିଲା। ପୋଲିସ ହେପାଜତରେ ଘଟିଥିବା ଏହି ଘଟଣା ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଗୁରୁତର ପ୍ରଶ୍ନ ଉଠାଇଥିଲା। ଏହି ହତ୍ୟାକାଣ୍ଡର ଅନୁସନ୍ଧାନ କାର୍ଯ୍ୟ ଜଷ୍ଟିସ ଡି.ବି ଭୋସଲେଙ୍କ ନେତୃତ୍ୱରେ ଏକ ନ୍ୟାୟିକ କମିଶନଙ୍କୁ ଦିଆଯାଇଥିଲା। ଜଷ୍ଟିସ ଡି.ବି ଭୋସଲେ ଆଜି ଚାରିଜଣ ସଦସ୍ୟଙ୍କ ସହ ପ୍ରୟାଗରାଜରେ ପହଞ୍ଚିବେ।
ଉତ୍ତରପ୍ରଦେଶ ପୋଲିସର ଦୁଇଟି ଏସଆଇଟି ମଧ୍ୟ ଅତିକ୍-ଅଶ୍ରଫ୍ଙ୍କ ହତ୍ୟା ମାମଲାର ଯାଞ୍ଚ କରୁଛନ୍ତି। ଦୁଇଟି ଏସଆଇଟି ବ୍ୟତୀତ ଏକ ନ୍ୟାୟିକ ଆୟୋଗ ମଧ୍ୟ ଗଠନ କରାଯାଇଛି। ଜଷ୍ଟିସ ଡି.ବି ଭୋସଲେଙ୍କୁ ନ୍ୟାୟିକ ଆୟୋଗର ଅଧ୍ୟକ୍ଷ କରାଯାଇଛି। ଜଷ୍ଟିସ ଡି.ବି ଭୋସଲେ ଏବଂ ଅନ୍ୟ ଚାରିଜଣ ସଦସ୍ୟ ଅତିକ୍-ଅଶ୍ରଫ୍ଙ୍କ ହତ୍ୟା ମାମଲାର ଯାଞ୍ଚ କରୁଛନ୍ତି। ପ୍ରୟାଗରାଜରେ ପହଞ୍ଚିବା ପରେ ନ୍ୟାୟିକ ଆୟୋଗ ଘଟଣାସ୍ଥଳରେ ତଦନ୍ତ କରିବେ।