ଲକ୍ଷ୍ନୌ,୧୬।୪: ମାଫିଆ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ ଅହମ୍ମଦଙ୍କୁ ଶନିବାର ହତ୍ୟା କରାଯାଇଛି। ଏହି ଘଟଣା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଲର୍ଟ ମୋଡରେ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ପୋଲିସ କର୍ମଚାରୀଙ୍କୁ ସଜାଗ ରହିବାକୁ ତଥା ଆଇନ ଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଲୋକମାନେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନ ହେବାକୁ ମଧ୍ୟ କୁହାଯାଇଛି।
ଅନ୍ୟପଟେ, ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜନତାଙ୍କୁ କୌଣସି ଗୁଜବ ଉପରେ ଧ୍ୟାନ ନ ଦେବାକୁ ଅପିଲ କରିଛନ୍ତି। ଏଥିସହ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।