Categories: ଜାତୀୟ

ଅତିକ-ଅଶ୍ରଫ ହତ୍ୟା ମାମଲା: ୩ ଜଣିଆ ନ୍ୟାୟିକ ଆୟୋଗ ଗଠନ କଲେ ୟୁପି ସରକାର

ଲକ୍ଷ୍ନୌ,୧୬।୪: ପ୍ରୟାଗରାଜରେ ଅତିକ ଅହମ୍ମଦ ଏବଂ ଅଶ୍ରଫ ଅହମ୍ମଦଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ଗୃହ ବିଭାଗ ପକ୍ଷରୁ ବର୍ତ୍ତମାନ ଏକ ନ୍ୟାୟିକ ଆୟୋଗ ଗଠନ କରାଯାଇଛି। ଏହି ତିନି ଜଣିଆ ନ୍ୟାୟିକ ଆୟୋଗ ଦୁଇ ମାସ ମଧ୍ୟରେ ଘଟଣାର ଅନୁସନ୍ଧାନ କରି ରିପୋର୍ଟକୁ ସରକାରଙ୍କୁ ହସ୍ତାନ୍ତର କରିବେ। ତେବେ ୟୁପି ଗୃହ ବିଭାଗ ଦ୍ୱାରା ଗଠିତ ତିନି ଜଣିଆ ନ୍ୟାୟିକ ଆୟୋଗରେ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରବିନ୍ଦ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ କାର୍ଯ୍ୟ କରିବେ। ତେବେ ଅନ୍ୟ ଦୁଇ ସଦସ୍ୟ ଅବସରପ୍ରାପ୍ତ ଡିଜିପି ସୁବେଶ କୁମାର ସିଂ ଏବଂ ଅବସରପ୍ରାପ୍ତ ଜିଲା ଜଜ ବୃଜେଶ କୁମାର ସୋନି ରହିବେ।

 

 

Share