Categories: ଜାତୀୟ

କେଜ୍‌ରିଓ୍ବାଲଙ୍କ କ୍ୟାବିନେଟ ପୁନର୍ଗଠନକୁ ଏଲ୍‌ଜିଙ୍କ ମଞ୍ଜୁରୀ: ଅର୍ଥ ଓ ରାଜସ୍ବ ବିଭାଗର ଦାୟିତ୍ୱ ନେବେ ଆତିଶୀ

ନୂଆଦିଲ୍ଲୀ,୨୯।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତାଙ୍କ ମନ୍ତ୍ରୀ ପରିଷଦରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମନ୍ତ୍ରୀ ଆତିଶୀଙ୍କୁ ଅର୍ଥ ଓ ରାଜସ୍ବ ବିଭାଗର ଦାୟିତ୍ୱ ଦେଇଛନ୍ତି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଜେଲ ଯିବା ପରେ କୈଳାଶ ଗେହଲୋଟଙ୍କୁ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ତ୍ୱ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଅର୍ଥ ଏବଂ ରାଜସ୍ବ ବିଭାଗର ମଧ୍ୟ ଦାୟିତ୍ୱ ଆତିଶୀଙ୍କୁ ଦିଆଯାଇଛି। କ୍ୟାବିନେଟ ପୁନର୍ଗଠନ ସହ ଜଡିତ ଫାଇଲ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କୁ ପଠାଯାଇଥିଲା, ଯାହାକୁ ସେ ଅନୁମୋଦନ କରିଛନ୍ତି।

ଜାନୁଆରୀ ୨ରେ ଆତୀଶଙ୍କୁ ଲୋକସମ୍ପର୍କ ବିଭାଗର ଦାୟିତ୍ୱ ମିଳିଥିଲା। ବର୍ତ୍ତମାନ ଏହି ବିଭାଗ ବ୍ୟତୀତ ବିଦ୍ୟୁତ୍‌, ଶିକ୍ଷା, ମହିଳା ଏବଂ ପିଡବ୍ଲ୍ୟୁଡି ବିଭାଗର ଦାୟିତ୍ୱ ମଧ୍ୟ ଦିଆଯାଇଛି। ସୂଚନା ଦେବାବେଳେ ଅଧିକାରୀମାନେ କହିଥିଲେ ଯେ, ଲେଫ୍ଟନାଣ୍ଟ ଗଭର୍ନର ମୁଖ୍ୟମନ୍ତ୍ରୀ କେଜଝରିୱାଲଙ୍କ ସହ ଆଲୋଚନା ପରେ କ୍ୟାବିନେଟ ମନ୍ତ୍ରୀ ଆତିଶୀଙ୍କୁ ଲୋକସମ୍ପର୍କ ବିଭାଗର ଦାୟିତ୍ୱ ଦେଇଛନ୍ତି। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା।

Share