Categories: ଜାତୀୟ

ଦିଲ୍ଲୀକୁ ଜଳଯୋଗାଣ ଦାବିରେ ଆତିଶୀଙ୍କ ଅନଶନ

ନୂଆଦିଲ୍ଲୀ,୨୨ା୬: ରାଜଧାନୀ ଦିଲ୍ଲରେ ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ହରିୟାଣା ଅଧିକ ଜଳ ଯୋଗାଇଦେବା ଦାବିରେ ଦିଲ୍ଲୀ ଜଳସମ୍ପଦ ମନ୍ତ୍ରୀ ଆତିଶୀ ଶୁକ୍ରବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି। ଦକ୍ଷିଣ ଦିଲ୍ଲୀର ଭୋଗଲଠାରେ ସେ ଅନଶନରେ ବସିଥିବାବେଳେ ତାଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସ୍ତ୍ରୀ ସୁନୀତା କେଜ୍‌ରିଓ୍ବାଲ ଓ ଆମ୍‌ ଆଦ୍‌ମୀ ପାର୍ଟିର ନେତାମାନେ ଉପସ୍ଥିତ ଥିଲେ। ଆତିଶୀଙ୍କ ତପସ୍ୟା ସଫଳ ହେବ ବୋଲି ତିହାର ଜେଲରୁ କେଜ୍‌ରିଓ୍ବାଲ ବାର୍ତ୍ତା ପଠାଇଥିବାବେଳେ ସୁନୀତା ଏହାକୁ ପଢ଼ିଥିଲେ। ଦିଲ୍ଲୀ ଜନସାଧାରଣ ହରିୟାଣାରୁ ଜଳର ଉପଯୁକ୍ତ ଭାଗ ନ ପାଇବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଆତିଶୀ କହିଛନ୍ତି।

Share