Categories: ଜାତୀୟ

ଆତିଶିଙ୍କ ଗମ୍ଭିର ଅଭିଯୋଗ: କିଛି ଦିନ ହେବ ଭାଜପା ସହ ସମ୍ପର୍କରେ ଅଛନ୍ତି ଶ୍ୱାତି, ନଡ୍ଡା କହିଲେ ଏଏପିର ଚୋରି ଧରାପଡିଲା

ନୂଆଦିଲ୍ଲୀ,୧୮।୫: ଶ୍ୱାତି ମାଲିଓ୍ବାଲଙ୍କ ମାମଲାକୁ ନେଇ ଗୋଟିଏ ପଟେ ପୋଲିସ ଯାଞ୍ଚ କରୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ ରାଜନୀତି ବି ହୋଇଛି ସରଗରମ। ଆମ ଆଦମୀ ପାର୍ଟି(ଏଏପି) କହିଛି ଏହା ଭାଜପାର ଚାଲ। ହେଲେ ଏହାର ଜବାବ ରଖିଛି ଭାଜପା। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, କେଜରିଓ୍ବାଲଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି। ସେ କହିଛନ୍ତି ଏଏପି ଲୋକଙ୍କୁ ନିଜ ଘରକୁ ଡାକୁଛି ଓ ମାଡପିଟ କରୁଛନ୍ତି। ଶ୍ୱାତିଙ୍କ ସହ ଭାଜପାର କୌଣସି କଥାବାର୍ତ୍ତା ହୋଇନାହିଁ।

ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆତିଶି ପୁଣିଥରେ ଶ୍ୱାତି ମାଲିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଶ୍ୱାତିଙ୍କ ମାମଲାରେ ବି ଭାଜପା ପୁରୁଣା ଫର୍ମୁଲା ପ୍ରୟୋଗ କରୁଛି। ସେ କହିଛନ୍ତି ଶ୍ୱାତିଙ୍କ ବିରୋଧରେ ଆଣ୍ଟି କରପଶନ ବ୍ୟୁରୋ ଏକ ମାମଲା ଦାୟର କରିଛି। ଏହାକୁ ଅସ୍ତ୍ର କରି ଶ୍ୱାତିଙ୍କୁ ବ୍ୟବହାର କରାଯାଉଛି। ଆତିଶି ଦାବି କରିଛନ୍ତି କି ଏହି ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ ହେବା ଜରୁରୀ କି ଶ୍ୱାତିଙ୍କ ସହ କିଏ କିଏ କଥା ହୋଇଛନ୍ତି।

Share