Categories: ଖେଳ

ଏଟିକେ ମୋହନବାଗାନ ବିଜୟୀ

ମାର୍ଗାଓ, ୧୦ା୨: ସ୍ଥାନୀୟ ଫାତୋର୍ଡା ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଇଣ୍ଡିଆ ସୁପର ଲିଗ୍‌ (ଆଇଏସ୍‌ଏଲ) ଫୁଟ୍‌ବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଏଟିକେ ମୋହନବାଗାନ ୨-୦ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ଦଳ ପକ୍ଷରୁ ରୟ କ୍ରିଷ୍ଣା ୩୭ତମ ମିନିଟରେ ଏକ ପେନାଲ୍‌ଟିକୁ ଗୋଲରେ ପରିଣତ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ମାର୍ସେଲିନୋ ଲିଟ୍‌ ପେରିରା ୪୪ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଏହି ମ୍ୟାଚ ପରେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ମୁମ୍ବାଇ ସିଟି (୩୫) ଓ ଏଟିକେ ମୋହନବାଗାନ (୩୪) ମଧ୍ୟରେ ପଏଣ୍ଟ ବ୍ୟବଧାନ ୧କୁ ହ୍ରାସ ପାଇଛି। ଦୁଇ ଦଳ ସମାନ ୧୬ ମ୍ୟାଚ ଖେଳି ସାରିଛନ୍ତି। ଅନ୍ୟପକ୍ଷରେ ସୁନୀଲ ଛେତ୍ରୀଙ୍କ ବେଙ୍ଗୁଲୁରୁ ଏଫ୍‌ସି ୧୭ଟି ମ୍ୟାଚରୁ ୧୯ ପଏଣ୍ଟ ସହ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି।

Share