ଏଟିଏମ୍‌ ଭାଙ୍ଗି ଲୁଟିନେଲେ, କାରକୁ ଜଙ୍ଗଲରେ ଛାଡି ଚାଲିଗଲେ

ନବରଙ୍ଗପୁର,୩୧।୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ନିକଟ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଏଟିଏମ୍‌ରୁ ଲୁଟ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଏଟିଏମ୍‌ ତାଲା ଭାଙ୍ଗି ମେଶିନ୍‌କୁ କଟର ମାଧ୍ୟମରେ କାଟି ନେଇଥିବା ଜଣାପଡ଼ିଛି। ତେବେ କେତେଟଙ୍କା ଏଟିଏମ୍‌ରୁ ଲୁଟ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ତେବେ ପୋଲିସ ଏହି ଘଟଣାରେ ବିଭିନ୍ନ ସ୍ଥାରର ସିସି ଟିଭି ଫୁଟେଜ୍‌ ଯାଞ୍ଚ ଆରମ୍ଭ କରିଛି । ଏକ ଧଳାରଙ୍ଗର କାରରେ ଦୁର୍ବୃତ୍ତ ଆସି ଏହି ଲୁଟ କରିଥିବା ପୋଲିସ ଯାଞ୍ଚ ସମୟରେ ଜାଣିବାକୁ ପାଇଛି । ତେବେ ଡାବୁଗାଁ ସିକିଲି ଜଙ୍ଗଲ ଭିତରେ କାର ଛାଡି ଦୁର୍ବୃତ୍ତ ଚାଲିଯାଇଛନ୍ତି । ଉକ୍ତ କାରକୁ ପୋଲିସ ଜବତ କରିଛି । ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଡାବୁଗାଁ ସିକିଲି ଜଙ୍ଗଲର ସବୁଠି ପୋଲିସଫୋର୍ସ ସର୍ଚ୍ଚ ଆରମ୍ଭ କରିଛି । ସାଇଣ୍ଟିଫିକ୍‌ ଟିମ୍‌ କାର ନିକଟରେ ପହଞ୍ଚି କିଛି ନମୁନା ସଂଗ୍ରହ କରି ଅଧିକ ଯାଞ୍ଚ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେଲା ବସନ୍ତ ଉତ୍ସବ

  କୋରାପୁଟ,୧୪।୩(ଅମିତାଭ ବେହେରା): ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପାଳନ ହେଲା ବସନ୍ତ ଉତ୍ସବ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରୀ-ଛାତ୍ରମାନେ ରଙ୍ଗର ପର୍ବ...

୨୦ ବର୍ଷ ପରେ ମଞ୍ଚ ନାଟକ ମଞ୍ଚସ୍ଥ : ସହରୀ ସଭ୍ୟତାଠାରୁ ଦୂରେଇ ଯାଇନି ମଞ୍ଚ ନାଟକ

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ଶୁକ୍ରବାର ନାଟକ ‘ ହଜି ଯାଇଛି ମୁଁ ମୋ ଭିତରେ’ମଞ୍ଚସ୍ଥ ହୋଇଛି। ଏହାକୁ ବରିଷ୍ଠ ଲେଖକ...

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ, ୬୬୦ କେଜି ଗଞ୍ଜେଇ ଜବତ, ୬ ଗିରଫ

ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଟାଉନ ଥାନା ପୋଲିସ ପଞ୍ଝାରେ ଧରା ପଡ଼ିଲେ ଗଞ୍ଜେଇ ମାଫିଆ। ପୋଲିସ ପାଟ୍ରୋଲିଂ ସମୟରେ ଏହି ଗଞ୍ଜେଇ ଜବତ ହୋଇଛି।...

ପୋଲିସ ଚଢ଼ାଉ : ଦୁଇ ଗିରଫ

ଗୋପାଳପୁର,୧୪।୩(ନବୀନ ରାଜ ଆଚାରୀ): ଶୁକ୍ରବାର ଭୋର ସମୟରେ ମୋରମ ଚୋରା ଚାଲାଣ ବେଳେ ଗୋଳନ୍ଥରା ଥାନା ପୋଲିସ ଚଢାଉ କରି ଦୁଇଟି ଗାଡି ଜବତ କରିବା...

ମଣ୍ଡପ ଦୋଳିରେ ବିଜେ ହେଲେ ଚମ୍ପେଶ୍ୱର ବାବା

ସୋନେପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ପ୍ରସିଦ୍ଧ ଶୈବପୀଠ ଚମ୍ପାମାଳ ଚମ୍ପେଶ୍ବର ମହାଦେବ ଶୁକ୍ରବାର ସାରେ ଭିତିରି ଗମ୍ଭୀରାରୁ ବାହାରି ମଣ୍ଡପ ଦୋଳିରେ ବିଜେ ହୋଇଛନ୍ତି...

ବାହାହୋଇ ଫସିଗଲେ ପ୍ରଦୀପ ମାଝୀ, ୧୨ ବର୍ଷ ବାସନ୍ଦ କଲେ ଜାତିଭାଇ

ମାଲକାନଗିରି,୧୪।୩(ନୃସିଂହ ଚରଣ ମହାନ୍ତି):  ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପୂର୍ବତନ ଏମ୍‌ପି ତଥା ବିଜେଡି ନେତା ପ୍ରଦୀପ ମାଝୀ। ବିଜେଡି ନେତା ପ୍ରଦୀପ...

ବିବାଦୀୟ ପରିସ୍ତିତିକୁ ନେଇ ଶାଶନପଲ୍ଲୀ ଅସାନ୍ତ: ପୋଲିସ ପକ୍ଷରୁ ବସିଲା ଶାନ୍ତିକମିଟି

ପୁରୁଷୋତ୍ତମପର,୧୪।୩ (ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାଶନପଲ୍ଲୀ ଗ୍ରାମରେ ଦୀର୍ଘଦିନଧରି ଲାଗିରହିଥିବା ବିବାଦୀୟ ପରିସ୍ତିତିକୁ ନେଇ ସମଗ୍ର ଗ୍ରାମ ଆଶାନ୍ତ ହୋଇପଡଛି।...

ବ୍ରହ୍ମପୁର ବିଶବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ହ୍ୟାଣ୍ଡବଲ ପୁରୁଷ ଦଳ ଭୁବନେଶ୍ୱର ଗସ୍ତ

ବ୍ରହ୍ମପୁର, ୧୪।୩ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଶୁକ୍ରବାର ସାରେ ପୁରୁଷ ହ୍ୟାଣ୍ଡବଲ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତିl ଭୁବନେଶ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image