କର୍ଲାମୁଣ୍ଡା୨୨।୧୧(ଡିଏନଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରେ ଥିବା ଏକମାତ୍ର ଏସବିଆଇ ଏଟିଏମ୍ କାଉଣ୍ଟର ଦୀର୍ଘ ଦିନରୁ ବନ୍ଦ ରହିଛି। ଏ ନେଇ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ଦୁର୍ବୁତ୍ତ ଏହି ଏଟିଏମ୍ କାଉଣ୍ଟରରୁ ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସେହିଦିନଠାରୁ ଏଟିଏମ୍ ବନ୍ଦ ରହିଛି। ଫଳରେ ଏଟିଏମ୍ ଭରଷାରେ ଦୂର ଦୁରାନ୍ତରୁ ଆସୁଥିବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ନନ୍ଦି କିଶୋର ଭୋଇ, ପ୍ରଦୀପ କୁମାର ରଣା କହିଛନ୍ତ। ଅନ୍ୟପକ୍ଷେ କମ୍ପାନୀ ସହ ବାରମ୍ବାର ଯୋଗାଯୋଗ ଚାଲିଛି, ଶୀଘ୍ର ଏଟିଏ୍ମ ଚାଲୁ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।