ଏଟିଏମ୍‌ ଲୁଟ୍‌ ଉଦ୍ୟମ

ଭଦ୍ରକ ଅଫିସ,୧୩ା୯: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣିତାଲ ଛକରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ୍‌ ଶନିବାର ବିଳମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଛି। ଗ୍ୟାସ କଟର ସାହାଯ୍ୟରେ ଏହାର ଚେଚିସ ବକ୍ସକୁ କଟା ଯାଇଥିବାର ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳ ପୋଲିସ ଓ ଏଟିଏମ୍‌ ଅଧିକାରୀ ତଦନ୍ତ କଲେ କେତେ ଟଙ୍କା ଚୋରି ହୋଇଛି ଓ କ’ଣ କ୍ଷତି ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିବ। ରବିବାର ହୋଇଥିବାରୁ ବ୍ୟାଙ୍କ ଅଧିକାରୀମାନେ ପହଞ୍ଚି ନ ଥିବା ଜଣାପଡ଼ିଛି।