ସିସିଟିଭିରେ କଏଦ ହେଲା ଏଟିଏମ୍‌ ଲୁଟ୍‌ର ଦୃଶ୍ୟ

ଭବାନୀପାଟଣା,୧୪ା୬(ଉତ୍ତମ କୁମାର ଦାସ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ କେସିଙ୍ଗା ୨୬ ନମ୍ବର ଜାତୀୟ ରାଜପଥର କଣ୍ଟାବାଞ୍ଜି ଛକ ନିକଟରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ ଲୁଟ୍‌ ହୋଇଥିବା ଦେଖିବାକୁ ମିଳିଛି। ୩ ଜଣ ଦୁର୍ବୃତ୍ତ ଗ୍ୟାସ କଟର ସାହାଯ୍ୟରେ ଏଟିଏମ୍‌ ମେଶିନକୁ କାଟିବା ସହ ସେଠାରେ ଥିବା ଟଙ୍କା ବାକ୍ସକୁ ନେଇ ଫେରାର ମାରିଛନ୍ତି। ଦୁର୍ବୃତ୍ତଙ୍କ ଏହି କାରନାମାର ଭିଡିଓ ଏବେ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଖବର ପାଇ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Share