ଏଟିଏମ୍‌ ଲୁଟ ମାମଲା : ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡାଦେଶ

ରୂପସା,୨୭।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ କାଣ୍ଡଗଁାଠାରେ ଥିବା ଏକ ଏଟିଏମ୍‌ ଲୁଟ୍‌ ମାମଲାର ବିଚାର କରି ବସ୍ତା ଜେଏମ୍‌ଏଫସିର ବିଚାରପତି ସୁଶ୍ରୀ ଗାୟତ୍ରୀ ମିଶ୍ର ଦୋଷୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଖନ୍ତାପଡ଼ା ଥାନା ତାଳପଦା ଗଁାର ଭାସ୍କର ମହାଳିକ।
ମାମଲାର ବିବରଣୀ ଅନୁଯାୟୀ, ୨୦୧୯ ମାର୍ଚ୍ଚ ୧୮ରେ ସିଂଲା ଥାନା କାଣ୍ଡଗଁା ହାଟ ଶାଖା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଏଟିଏମ୍‌ ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ବ୍ୟାଙ୍କ ମ୍ୟାନେଜର ସତ୍ୟ ନାରାୟଣ ସାହୁଙ୍କ ଅଭିଯୋଗକୁ ଭିତ୍ତି କରି ତକତ୍ାଳୀନ ଆଇଆଇସି ସୁବ୍ରତ ବେହେରା ଏକ ମାମଲା (ନଂ.୪୮/୧୯) ରୁଜୁ କରି ଅଭିଯୁକ୍ତ ଭାସ୍କରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲେ। ଅଭିଯୁକ୍ତଙ୍କ ଘରୁ ୨ଲକ୍ଷ ୩୯ ହଜାର ଟଙ୍କା ଜବତ ହୋଇଥିଲା। ୧୧ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଆଧାର କରି ବିଚାରପତି ସୋମବାର ଅଭିଯୁକ୍ତ ମହାଳିକଙ୍କୁ ଦଫା ୪୫୭ରେ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୩ ହଜାର ଟଙ୍କା ଜରିିମାନା ଏବଂ ୩୮୦ ଦଫାରେ ୨ ବର୍ଷ ଦଣ୍ଡ ପ୍ରଦାନ ସହ ୧ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଅଭିଯୁକ୍ତ ଏକକାଳୀନ ଏହି ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଛି। ସରକାରୀ ଓକିଲ ଜିତେନ୍ଦ୍ର କୁମାର ଉପାଧ୍ୟାୟ ଓ ପ୍ରଣବ ରଞ୍ଜନ ମିଶ୍ର ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ପ୍ରସନ୍ନ ଜେନା ମାମଲା ପରିଚାଳନା କରୁଥିଲେ।

Share