Categories: Uncategorized

ଜେସିବି ଲଗାଇ ଏଟିଏମ୍‌ ଚୋରି

ଲଣ୍ଡନ: ଚୋରମାନେ ଚୋରି କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିଥା’ନ୍ତି। ବ୍ରିଟେନ୍‌ରେ ଚୋରିକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୪ ଜଣ ଚୋର ଏଟିଏମ୍‌ରୁ ଟଙ୍କା ନେବା ବଦଳରେ ପୂରା ଏଟିଏମ୍‌କୁ ଜେସିବିରେ ଉଠାଇ ନେଇଥିବା ଜଣାପଡ଼ିଛି। ସେମାନେ ଆଣିଥିବା ଜେସିବି ମଧ୍ୟ ଜଣେ ବିଲ୍ଡରଙ୍କଠାରୁ ଚୋରି କରିଥିବା ଜଣାପଡ଼ିଛି। ଏଥିପାଇଁ ବ୍ରିଟେନ ପୋଲିସ ସେମାନଙ୍କୁ ଗିରଫ କରିଛି। ସୂଚନା ମୁତାବକ, ବ୍ରିଟେନ୍‌ର ପଶ୍ଚିମ ସୁସେକ୍ସର ବ୍ରନହମ୍‌ ଅଞ୍ଚଳର ସୁପରମାର୍କେଟ୍‌ରେ ଥିବା ଏକ ଏଟିଏମ୍‌କୁ ରାତି ୨ଟା ୧୫ରେ ଜେସିବି ସାହାଯ୍ୟରେ ଉଠାଇବାକୁ ଚେଷ୍ଟା କରୁଥିଲେ। ସେହି ଏଟିଏମ୍‌ଟି ଏକ ରେଳ ଷ୍ଟେଶନର କାନ୍ଥକୁ ଲାଗିଛି। ଯଦି ଏଟିଏମ୍‌ଟି ଭାଙ୍ଗିଯାଇଥା’ନ୍ତା, ତେବେ ଅଧିକାଂଶ ଲୋକେ ଏଥିରେ ଆହତ ହୋଇଥାନ୍ତେ। ଖବରପାଇ ପୋଲିସ ସେଠାରେ ପହଞ୍ଚତ୍ବା ଫଳରେ ଚୋରଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରି ନ ଥିଲା। ପୋଲିସକୁ ଦେଖି ୪ ଜଣ ଚୋର ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ବେଶି ବାଟ ଯାଇପାରି ନ ଥିଲେ। ପୋଲିସ ସେମାନଙ୍କୁ ଧରି ନେଇଥିଲା। ଜଣାପଡ଼ିଛି କି ରେଳଷ୍ଟେଶନର କାନ୍ଥ ଭାଙ୍ଗିଯାଇଛି। ଏହା ପୂର୍ବରୁ ମଧ୍ୟ ମହାରାଷ୍ଟ୍ରରେ ଜେସିବି ଲଗାଇ ଏଟିଏମ୍‌ ତାଡ଼ି ଅନ୍ୟତ୍ର ନେଇଯାଇଥିବା ଏକ ଖବର ସାମ୍ନାକୁ ଆସିଥିଲା।