ପାରଳାଖେମୁଣ୍ଡି,୭।୧୨(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି କ୍ରିଷ୍ଣା ସିନେମା ହଲ ନିକଟରେ ଥିବା ଏସ୍ବିଆଇ ଏଟିଏମରୁ ସୋମବାର ରାତିରେ ଲୁଟ୍ ଉଦ୍ୟମ ହୋଇଛି। ଦୁର୍ବୃତ୍ତ ଏଟିଏମ୍ ତାଡ଼ି ଟଙ୍କା ବାହାର କରୁଥିବା ବେଳେ ଖବରପାଇ ପାଟ୍ରୋଲିଂ କରୁଥିବା ପୋଲିସ ୩ ଜଣଙ୍କୁ କାବୁ କରିଥିଲେ। ସେମାନଙ୍କୁ ପଚରାଉଚରା କରାଯାଇ ତଦନ୍ତ ଜାରି ରହିଛି।