ଢେଙ୍କାନାଳ ଅଫିସ, ୨୧।୧୨(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନଂ. ଜାତୀୟ ରାଜପଥରୁ ପାର୍ଶ୍ୱ ନିମବାହାଲି ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଏଟିଏମ୍ରୁ ଗତ ୧୪ ତାରିଖରେ ଚୋରି ହୋଇଥିଲା। ଦୁର୍ବୃତ୍ତ ଗ୍ୟାସ କଟର ସାହାଯ୍ୟରେ ଏଟିଏମ୍ରୁ ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାରେ ସୋମବାର ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ବିଶ୍ୱଜିତ୍ ନାୟକ(୧୮), ରତିକାନ୍ତ ସାହୁ(୧୮), ସଙ୍କେତ ବେହେରା(୧୯) ଓ ଶୁଭମ୍ ବେହେରା (୨୩) ବୋଲି ପୋଲିସ କହିଛି। ସେମାନଙ୍କଠାରୁ ୨୧ ହଜାର ୫୦୦ ଟଙ୍କା, ୨ ବାଇକ୍, ୪ ମୋବାଇଲ୍ ଇତ୍ୟାଦି ଜବତ କରାଯାଇଛି।