ଆଣବିକ ଅସ୍ତ୍ରଶସ୍ତ୍ର ବନାମ ଟାଇଗର ଟିମ୍‌…

ଓ୍ବାଶିଂଟନ/ମସ୍କୋ,୨୪।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗତ ୪ ସପ୍ତାହ ଧରି ଯୁଦ୍ଧ ଜାରି ରହିଛି। ଏବେ ରୁଷିଆ ଆଣବିକ ଅସ୍ତ୍ରଶସ୍ତ୍ର ଆକ୍ରମଣର ଧମକ ଦେଉଛି। ରୁଷିଆର ଧମକକୁ ଦୃଷ୍ଟିରେ ରଖି ଆମେରିକା, ବ୍ରିଟେନ ଆଦି ଦେଶ ଏହି ଯୁଦ୍ଧ ବିରୋଧରେ ରଣନୀତି ଆରମ୍ଭ କରିଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏନେଇ ଟାଇଗର ଟିମ୍‌ ନାମକ ଏକ ସ୍ବତନ୍ତ୍ର ଦଳ ପ୍ରସ୍ତୁତ କରାଯାଇଛି।

ୟୁକ୍ରେନ ଯୁଦ୍ଧରେ ରାସାୟନିକ, ଜୈବିକ କିମ୍ବା ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରୁଛନ୍ତି କି ନାହିଁ ସେନେଥ ତଥ୍ୟ ସଂଗ୍ରହ ପାଇଁ ଟାଇଗର ଟିମ୍‌କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏଭଳି ଅସ୍ତ୍ରଶସ୍ତ୍ର ପ୍ରୟୋଗରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ପୃକ୍ତି ଅଛି କି ନାହିଁ ତାହା ଜାଣିବା ଲାଗି ଟାଇଗର ଟିମ୍‌ କାର୍ଯ୍ୟ କରୁଛି।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ଯଦି ସେମାନେ ରୁଷିଆ ଆଣବିକ, ରାସାୟନିକ ଅବା ଜୈବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ୟୁକ୍ରେନ୍‌ ବିରୋଧରେ କରେ ତେବେ ଏହାର ଉପଯୁକ୍ତ ଜବାବ୍‌ ଦେବାକୁ ଟାଇଗର ଟିମ୍‌ ପକ୍ଷରୁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ।

Share