ନିର୍ଦ୍ଦେଶକ ଆନନ୍ଦ ଏଲ୍ ରୟ ହେଲେ କରୋନା ପଜିଟିଭ, ଚିନ୍ତାରେ ଅକ୍ଷୟ, ସାରା, ଧନୁଷ

ମୁମ୍ବାଇ,୩୧ ।୧୨:କରୋନା ଭାଇରସ କବଳରେ ଏବେ ବଲିଉଡ୍ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରୟ । ବହୁ ଚେଷ୍ଟା ପରେ ବି ‘ଅତରଙ୍ଗି ରେ’ର ନିର୍ଦ୍ଦେଶକ ନିଜକୁ କରୋନା କବଳରୁ ବଞ୍ଚାଇ ପାରିଲେ ନାହିଁ । ଆନନ୍ଦ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଗୁରୁବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ କ୍ୱାରାଣ୍ଟାଇନ କରି ନେଇଛନ୍ତି । ଏହି ଘଟଣା ପରେ ଅକ୍ଷୟ କୁମାର , ସାରା ଅଲ୍ଲି ଖାଁ ଓ ଧନୁଷ ଚିନ୍ତାରେ ପଡି ଯାଇଛନ୍ତି । କାରଣ କିଛିଦିନ ପୂର୍ବରୁ ଏହି ୩ କଳାକାର ଆନନ୍ଦଙ୍କ ସହ ଶୁଟିଂ କରିଥିଲେ । ଆନନ୍ଦ କରୋନା ପଜିଟିଭ ହେବା ପରେ କହିଛନ୍ତି ମୋ ସହିତ ଯେଉଁମାନେ ମିଳାମିଶା କରିଛନ୍ତି ସେମାନେ ନିଜକୁ କ୍ୱାରାଣ୍ଟାଇନ କରିନେବା ସହ ପ୍ରୋଟୋକଲ ଫଲୋ କରନ୍ତୁ । ଯଦିଓ ମୋ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିଲା ତା’ପରେ ବି ମୁଁ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛି । ଅକ୍ଷୟ ଓ ସାରା ଏବେ ମୁମ୍ବାଇରେ ଥିବା ବେଳେ ଏମାନେ ଉଭୟ କରୋନା ଟେଷ୍ଟ କରାଇବେ ବୋଲି କୁହାଯାଉଛି ।

Share