Advertisement

ଫଳ କିଣାକୁ ନେଇ ୨ ଗ୍ରାହକଙ୍କୁ ହାଣିଲେ ଦୋକାନୀ

ଯାଜପୁର ଟାଉନ,୭ା୫(ଡି.ଏନ.ଏ.): ଯାଜପୁର ଥାନା ଅନ୍ତର୍ଗତ ଖଣ୍ଡରା ଛକରେ ଶନିବାର ଜଣେ ଫଳ ଦୋକାନୀଙ୍କ ଆକ୍ରମଣରେ ପୌରାଞ୍ଚଳ ଅନ୍ତର୍ଗତ ବୈଦ୍ୟରାଜପୁରର କେବୁଲ ବ୍ୟବସାୟୀ ସଞ୍ଜିତ୍‌ କୁମାର ସାହୁ ଓ ତାଙ୍କର ଜଣେ ସହଯୋଗୀ ପ୍ରମୋଦ ପରିଡ଼ା ଗୁରୁତର ହୋଇଛନ୍ତି। ସଞ୍ଜିତ୍‌ଙ୍କ ବେକକୁ ଫଳ ଦୋକାନୀ ଏକ କଟୁରିରେ ହାଣି ଥିବାବେଳେ ତାଙ୍କ ପିଠିକୁ ମଧ୍ୟ ହାଣି ଦେଇଛନ୍ତି। ସେହିପରି ପ୍ରମୋଦଙ୍କୁ ମଧ୍ୟ ହାଣି ଫଳ ଦୋକାନୀ ଗୁରୁତର କରିଛନ୍ତି। ଏ ନେଇ ସଞ୍ଜିତ୍‌ଙ୍କ ସ୍ତ୍ରୀ ବାଣୀଶ୍ରୀ ପ୍ରିୟଦର୍ଶନୀ ବେହେରା ଥାନାରେ ଏତଲା ଦେଇଥିବା ବେଳେ ଥାନାଧିକାରୀ ଅଜୟ କୁମାର ଜେନା ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

ଘଟଣାରୁ ପ୍ରକାଶ ଯେ,ସଞ୍ଜିତ୍‌ ଓ ତାଙ୍କ ସହଯୋଗୀ ପ୍ରମୋଦ ଖଣ୍ଡରା ଗ୍ରାମକୁ କେବୁଲ ସଂଯୋଗ କାର୍ଯ୍ୟରେ ଯାଇ ଫେରୁଥିବାବେଳେ ସେଠାରେ ଥିବା ଏକ ଫଳ ଦୋକାନରେ ଅଟକି ଆମ୍ବ ଓ ସେଓ କିଣିଥିଲେ। ଫଳ କିଣିସାରି ପ୍ୟାକିଂ କରିବା ବେଳେ ସେଗୁଡ଼ିକ ମଧ୍ୟରୁ କେତେକ ପଚାସଢ଼ା ରହିଥିବାରୁ ଆଉ ଫଳ ନ କିଣି ଘରକୁ ବାହାରିଥିଲେ। ତେବେ ଫଳ ଫେରାଇ ଦେବାରୁ ଦୋକାନୀ ସଞ୍ଜିତ ଏବଂ ପ୍ରମୋଦଙ୍କୁ ପରିହାସ କରିବା ସହିତ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ। ଏହାକୁ ପ୍ରତିବାଦ କରିବାକୁ ଦୋକାନରେ ପହଞ୍ଚତ୍ବା ପରେ ଫଳ ଦୋକାନୀ ଜଣକ କଦଳୀ ଫେଣା କଟାଯାଉଥିବା କଟୁରିରେ ଉଭୟଙ୍କୁ ଆକ୍ରମଣ କରିଥିଲେ। ଫଳରେ ୨ ଣ ଯାକ ଗୁରୁତର ହୋଇ ଯାଜପୁର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ସଞ୍ଜିତ୍‌ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଯୁବ ବିଜେଡି ନେତା ତଥା ସମାଜସେବୀ ଦେବଦତ୍ତ ଦାସ ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share