Advertisement

ସଞ୍ଜୟଙ୍କୁ ଆକ୍ରମଣ ଘଟଣା : ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଡା ଗ୍ରାମର ଜି. ଡୋରା ରେଡ୍ଡୀଙ୍କୁ ସୋମବାର ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ସୋଫିଆ ମିଶ୍ର ଗିରଫକରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୧୩୧/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ହାଜତକୁ ପଠାଇ ଦିଆଯାଇଛି। ଗତ ଶୁକ୍ରବାର ରାତି ପ୍ରାୟ ୮ ଟାରେ ଗ୍ରାମର ଜି.ସଞ୍ଜୟ ରେଡ୍ଡୀ ରାତି ଭୋଜନ ସାରି ଘର ବାରଣ୍ଡାରେ ଶୋଇଥିବା ବେଳେ ଅଭିଯୁକ୍ତ ଡୋରା ନିଶାସକ୍ତ ଅବସ୍ଥାରେ ତାଙ୍କ ଛୋଟ ପୁଅ ପ୍ରତ୍ୟୁଷଙ୍କୁ ଘର ସମ୍ମୁଖରେ ମାଡ଼ ମାରିବାରୁ ସେ ବିକଳରେ କାନ୍ଦିଥିଲେ। କାନ୍ଦ ଶୁଣି ସଞ୍ଜୟ ଛଡ଼ାଇବାକୁ ଯିବାରୁ ଡୋରା ଏକ ଲୁହାଛଡ଼ରେ ସଞ୍ଜୟଙ୍କ ମୁଣ୍ଡକୁ ମାଡ଼ ମାରିଥିଲେ। ସେ ତଳେ ପଡିଯିବାରୁ ଡୋରାଙ୍କ ଶଶୁର କେ. ଦେବରାଜ ରେଡ୍ଡୀ, ଡୋରାଙ୍କ ସ୍ତ୍ରୀ ଅପରାଜିତା ରେଡ୍ଡୀ ଠେଙ୍ଗା ଓ କାଠ ଫାଳିଆରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସାହି ପଡୋଶୀ ଦୌଡ଼ି ଆସିବାରୁ ସେମାନେ ତାଙ୍କୁ ଧମକ ଦେଇ ସେଠାରୁ ପଳାଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share