ଜିରୋ ନାଇଟ ସେଲିବ୍ରେଶନ ବେଳେ ବୁଲିଲା ଖଣ୍ଡା, ୨ ଗୁରୁତର

ବଲାଙ୍ଗୀର, ୧।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀନଗରପଡାରେ ଜିରୋ ନାଇଟ ସେଲିବ୍ରେଶନ ସମୟରେ ଖଣ୍ଡାରେ ଆକ୍ରମଣ ହୋଇଛି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣକାରୀ ଦୁଇ ଯୁବକ ଫେରାର ହୋଇଯାଇଛନ୍ତି। ଡିସେମ୍ବର ୩୧ ତାରିଖ ଜିରୋ ନାଇଟ ସେଲିବ୍ରେଶନ ସମୟରେ ବଲାଙ୍ଗୀର ସହରର ତୁଳସୀନଗରପଡର ଗଳି ରାସ୍ତାରେ କିଛି କିଶୋରଙ୍କ ସହ କିଛି ଯୁବକମାନେ ଜିରୋନାଇଟ ସେଲିବ୍ରେଶନ କରୁଥିଲେ । ଏହି ସମୟରେ ଦୁଇଜଣ ଯୁବକ କ୍ଷୀପ୍ର ଗତିରେ ଏକ ବାଇକରେ ପିଲାମାନେ ନାଚୁଥିବା ସ୍ଥାନକୁ ଧସେଇ ପଶିଥିଲେ । ସେଇ ବାଇକ ଧକ୍କାରେ ଜଣେ ଯୁବକ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଯୁବକମାନେ ସେଇ ବାଇକ ଆରୋହୀ ଦୁଇ ଯୁବକଙ୍କୁ ଦ୍ରୁତ ଗତିରେ ବାଇକ ଚଲାଇବାକୁ ମନା କରିଥିଲେ। ବାଇକରେ ଥିବା ଦୁଇ ଯୁବକ ଖଣ୍ଡା ବାହାର କରି ସେଠାରେ ନାଚୁଥିବା ଯୁବକଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ତୁଳସୀନଗରପଡା ମଧୁସୂଦନ ବଗର୍ତି ଏବଂ ଅଗ୍ନିକୁମାର ବିଶି ଗୁରୁତର ଆହତ ହୋଇଛନ୍ତି। ମଧୁସୂଦନଙ୍କ ହାତରେ ଏବଂ ଅଗ୍ନିଙ୍କ ମୁଣ୍ଡରେ ଆଘାତ ଲାଗିଛି। ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତିି କରାଯାଇଛି । ଆକ୍ରମଣକାରୀଙ୍କ ଭିତରୁ ଜଣକର ନାଁ ବବଲୁ ଷାଣ୍ଢ ବୋଲି ଅଭିଯୋଗ ହୋଇଛି । ଅନ୍ୟଜଣଙ୍କର ନାଁ ଜଣାପଡ଼ିନାହିଁ । ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ବଲାଙ୍ଗୀର ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖବର ପ୍ରସାରଣ ପରେ ଗାଁରୁ ଦୂର ହେଲା ଜଳ ସଙ୍କଟ

ମୋହନା,୧୩ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଖାରିକୁଆରେ ୨୫ ପରିବାର ରହନ୍ତି। ଗ୍ରାମରେ ରହିଛି ଗୋଟିଏ ମାତ୍ର...

ପ୍ରଥମ ଥର ଶକ୍ତିଶାଳୀ ଲେଜର୍ ବେସଡ୍ ଓ୍ୱିପନ୍ ପ୍ରଦର୍ଶନ କଲା ଭାରତ, ଚମକି ପଡ଼ିଲା ବିଶ୍ୱ

ନୂଆଦିଲ୍ଲୀ,୧୩।୪: ଭାରତ ପ୍ରଥମ ଥର ପାଇଁ ଏକ ଡ୍ରୋନକୁ ଖସାଇ ଦେବା ପାଇଁ ଉଚ୍ଚ-ଶକ୍ତିଶାଳୀ ଲେଜର-ବେସଡ୍ ଓ୍ୱିପନ୍ ବ୍ୟବହାର କରି ଏକ ଭବିଷ୍ୟତରେ ଆବଶ୍ୟକ ଅସ୍ତ୍ରର...

ପ୍ରଣବଙ୍କ ଗାଡ଼ିକୁ ଆକ୍ରମଣ: ସରକାରଙ୍କୁ କଡ଼ା ସମାଲୋଚନା କଲେ ନବୀନ

ଭୁବନେଶ୍ୱର,୧୩।୪: ରବିବାର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆରୁଆସ୍ଥିତ ଗ୍ରାମରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ସ୍ଥାନୀୟ ଖଣି ମାଫିଆମାନେ କରିଥିବା...

୧୩ ଦିନିଆ ଯାତ୍ରା ସାରି ମନ୍ଦିର ଫେରିଲେ ମା’ ଦକ୍ଷିଣକାଳୀ

ବାଲିଗୁଡା,୧୩ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ତଥା ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ...

ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ଜେଲ୍ ଗଲେ ଅଭିଯୁକ୍ତ, ଖଣ୍ଡା ଜବତ   

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ଗ୍ରାମର ପ୍ରସାଦ ଗୌଡ଼ଙ୍କୁ ହତ୍ୟାଉଦ୍ୟମ ଘଟଣାରେ ସମ୍ପୃକ୍ତ ତେଣ୍ଟୁଆପଡ଼ା ଗ୍ରାମର ଲାଲୁ ପ୍ରସାଦ ସେଠୀଙ୍କୁ...

ପମ୍ପ ପୁନଃଉଦ୍ଧାର କାର୍ଯ୍ୟରେ ଅନିୟମିତତା: ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ଛତ୍ରପୁର,୧୩ା୪(ଦିଲ୍ଲୀପ ସାମଲ): ନିମ୍ନମାନର କାମ ସହ ଆର୍ଜବେଷ୍ଟ ଉପରେ ସିମେଣ୍ଟ ପକାଇ ସରକାରୀ ଅର୍ଥକୁ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି...

ଚାଲାଣ ହେଉଥିଲା ଖଇରକାଠ: ମାଡ଼ି ବସିଲା ବନ ବିଭାଗ

ପଦ୍ମପୁର,୧୩ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବନ ବିଭାଗ ପକ୍ଷରୁ ଏକ ଖଇରକାଠ ବୋଝଇ ବୋଲେରୋ ପିକଅପ(ଓଡି ୩୧ -୬୩୩୬ ) ଜବତ କରାଯାଇଛି। ବୋଲେରୋରେ...

ସମୁଦ୍ରମୁହାଁ ଅଲିଭରିଡଲେ ଶାବକ ଦେଖିଲେ ରାଜ୍ୟପାଳ

ଛତ୍ରପୁର,୧୩ା୪(ସନ୍ତୋଷ ପାଢ଼ୀ ):ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି ରବିବାର ଗଞ୍ଜାମ ଜିଲା ଗସ୍ତରେ ଆସି ସେ ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତଦାରଖ କରିଥିଲେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image