ବାରିପଦା,୨୨।୭: ବାପା ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପଡ଼ୋଶୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ନୁଦୁଡିହା ଗାଁରେ। ବିଲରେ କାମ କରୁଥିବା ବେଳେ ଏଭଳି ଘଟଣା ଘଟିଛି। ସମ୍ପର୍କୀୟ ବଡ଼ ଭାଇ ଓ ପୁତୁରା ଆକ୍ରମଣ କରିଥିବା ଜଣା ପଡ଼ିଛି। ଜମି ବିବାଦକୁ ନେଇ ଏଭଳି ଘଟଣା ଘଟିଥିବା କୁହାଯାଉଛି।