ବାଲୁଗାଁ,୯।୧(ଡି.ଏନ୍.ଏ.): ଚିିଲିକାରେ ଜଳଦସ୍ୟୁଙ୍କ ଆତଙ୍କ ଯୋଗୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଶନିବାର ବିଳମ୍ବିତ ରାତ୍ରିରେ ଚିଲିକାରେ ମାଛ ମାରୁଥିବା ବାଲୁଗାଁ ଅଞ୍ଚଳର ୪ଜଣ ମତ୍ସ୍ୟଜୀବୀଙ୍କୁ ୬ରୁ ୭ଜଣ ଜଳଦସ୍ୟୁ ଘେରିଯାଇ ମାଡ଼ମାରିବା ସହ ଡଙ୍ଗାରେ ଥିବା ମାଛ, ଲାଇଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି।
ଅନୁଯାୟୀ, ବାଲୁଗାଁସ୍ଥିତ ଗାନ୍ଧୀନଗର ଏବଂ ଶାନ୍ତିନଗରରେ ରହୁଥିବା ବଙ୍ଗୀୟ ମତ୍ସ୍ୟଜୀବୀ ଦୈନନ୍ଦିନ ପରି ଶନିବାର ସନ୍ଧ୍ୟାରେ ୫ଟି ଡଙ୍ଗାରେ ଚିଲିକା ମଧ୍ୟକୁ ମାଛ ଧରିବାକୁ ଯାଇଥିଲେ। ସୋରଣ ନିକଟ ଚିଲିକାର ୪ନଂ. କୁଦଠାରେ ମାଛ ମାରୁଥିବା ବେଳେ ରାତ୍ରି ପ୍ରାୟ ୩ଘଟିକା ସମୟରେ ଏକ ଡଙ୍ଗାରେ ୬ରୁ ୭ଜଣ ଦୁର୍ବୃତ୍ତ ପହଞ୍ଚତ୍ ୨ଟି ଡଙ୍ଗାରେ ଥିବା ୪ଜଣ ମତ୍ସ୍ୟଜୀବୀଙ୍କୁ ଅତର୍କିତ ଭାବେ ଠେଙ୍ଗା ଓ କାତରେ ଆକ୍ରମଣ କରିବା ସହ ଚିଲିକା ଗଭୀର ଜଳ ମଧ୍ୟକୁ ଠେଲି ଦେଇଥିଲେ। ଏହି ସମୟରେ ଅନ୍ୟ ୩ଟି ଡଙ୍ଗା ଦୂରରେ ରହି ମାଛ ମାରୁଥିବା ବେଳେ ଘଟଣା ସମ୍ପର୍କରେ ଜାଣିପାରି ନ ଥିଲେ। ଆହତ ଅବସ୍ଥାରେ ମତ୍ସ୍ୟଜୀବୀମାନେ ଚିଲିକା ଜଳରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଦୁର୍ବୃତ୍ତମାନେ ୨ଟି ଡଙ୍ଗାରୁ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ମୂଲ୍ୟର ମାଛ, ଲାଇଟ୍ ଓ ଆନୁଷଙ୍ଗିକ ସାମଗ୍ରୀ ଲୁଟି ନେଇଥିଲେ। ତେବେ ମାଛଧରା ଡଙ୍ଗାରୁ ଯନ୍ତ୍ରଚାଳିତ ମେଶିନ ଲୁଟିବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ସଫଳ ହୋଇପାରି ନ ଥିଲେ। ପରେ ଚିକତ୍ାର ଶୁଣି ସାଥିରେ ଯାଇଥିବା ଅନ୍ୟ ସହଯୋଗୀମାନେ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରିଥିଲେ। ରବିବାର ସକାଳେ ବାଲୁଗାଁରେ ପହଞ୍ଚତ୍ବା ପରେ ଆହତ ମତ୍ସ୍ୟଜୀବୀ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ଆହତମାନେ ହେଲେ ବିଶ୍ୱଜିତ ମଣ୍ଡଳ, ସଂଜିତ୍ ମଣ୍ଡଳ, ଶଙ୍କର ସରକାର ଓ ଡେଙ୍ଗୀ ସରକାର। ତେବେ ଘଟଣାସ୍ଥଳଟି ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳ ଅଧୀନ ହୋଇଥିବାରୁ ସୋମବାର ଏ ସଂକ୍ରାନ୍ତରେ ସେଠାକୁ ଯାଇ ଅଭିଯୋଗ କରିବେ ବୋଲି ଆହତ ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ସୂଚନାଥାଉକି, ବିଗତ ଦିନରେ ଚିଲିକାରେ ଏପରି ବହୁବାର ଜଳଦସ୍ୟୁମାନେ ଲୁଟ୍ପାଟ କରୁଥିବା ନେଇ ନଜିର ରହିଥିବା ବେଳେ ପୋଲିସ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଠାବ କରିବା ପାଇଁ ମତ୍ସ୍ୟଜୀବୀ ମହଲରୁ ଦାବି ହୋଇଛି।