ପ୍ୟାରିସ୍, ୭।୬ : ଫ୍ରାନ୍ସ୍ରେ ଜଣେ ୨୦ ବର୍ଷ ବୟସ୍କ ଯୁବକ ଏକ ଇଞ୍ଜେକଶନ ସିରିଞ୍ଜ୍ରେ ୧୦୦ ଜଣ ଯୁବତୀଙ୍କୁ ଆକ୍ରମଣ କରିଛନ୍ତି। ଦକ୍ଷିଣ ଫ୍ରାନ୍ସ୍ରେ ଘଟଣା ଘଟିବା ପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଛି।
ଟୋଲେନର ରିବେରା ସମୁଦ୍ର ତଟରେ ଆୟୋଜିତ ହୋଇଥିବା ଏକ ଟେଲିଭିଜନ ସଙ୍ଗୀତ କାର୍ଯ୍ୟକ୍ରମର ଶୁଟିଂ ସମୟରେ ୨୦ ଜଣ ସରିଞ୍ଜ୍ ଦ୍ୱାରା ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଥିଲେ।
ଯୁବତୀଙ୍କୁ ଟାର୍ଗେଟ୍ କରାଯାଉଥିବାରୁ ଏହି ମାମଲାର ତଦନ୍ତ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି। ଆକ୍ରମଣ କରାଯାଇଥିତ୍ବା ଯୁବତୀଙ୍କମାନଙ୍କର ଏଡ୍ସ ଟେଷ୍ଟ୍ କରାଯାଉଛି। ଜାଣିଶୁଣି ଏଭଳି କରାଯାଉଥିବା ପୋଲିସ ସନ୍ଦେହ କରିଛି। ପୁଣି ୧୭-୧୮ ବର୍ଷିୟ ୬ ଜଣ ଯୁବତୀଙ୍କୁ ଆକ୍ରମଣ କରାଯାଇଥିବା ପୋଲିସ କହିଛି।