ସୋରଡ଼ା,୧୯ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ାର ଗୁରୁମୂର୍ତ୍ତି ନାମକ ଏକ କିରୋସିନ ଡିପୋରେ ଓଡ଼ିଶା ଭିଜିଲାନ୍ସ ବିଭାଗ ନିର୍ଦ୍ଦେଶରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଡିଏସ୍ପିଙ୍କ ନେତୃତ୍ୱରେ ୫ ଜଣିଆ ଦଳ ଅପରାହ୍ନରେ ପହଞ୍ଚି ଡିପୋର କର୍ମଚାରୀମାନଙ୍କୁ ବିଭିନ୍ନ ବିଷୟରେ ପଚାରିବା ସହ କାଗଜପତ୍ର ଯାଞ୍ଚ କରିଛନ୍ତି। ଡିପୋର ଟାଙ୍କି, ଓଜନ ମାପ ଯନ୍ତ୍ରର ତନଖି କରିଛନ୍ତି। ତେବେ ବିତରଣ ତାଲିକାରେ ପେନ୍ସିଲ ବ୍ୟବହାର, ରସିଦ ବହିର ନମ୍ବରରେ ତ୍ରୁଟି ଥିବା ନେଇ ଅଧିକାରୀମାନେ ବିରକ୍ତ ପ୍ରକାଶ କରିଥିବା ଦେଖାଯାଇଥିଲା।