ବ୍ରହ୍ମପୁର,୧୧।୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାରୁ ୨ ଭାଜପା କର୍ମୀଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ କିଛି ଜେଲ ଫେରନ୍ତା। ଏହି ଘଟଣାରେ ଆଉ ୨ ଜଣ ବିଜେଡି ନେତାଙ୍କୁ ଗିରଫ କରାଯାଇଛି। ଉଭୟ ରଣ୍ଢା ସରପଞ୍ଚ ଅଜିତ ରାଉଳ ଓ ସହଯୋଗୀ ସୁବାଶିଷ ସାହୁ । ପୂର୍ବରୁ ୩ ଜଣଙ୍କୁ ଗୋଳନ୍ଥରା ପୋଲିସ ଗିରଫ କରିଥିଲା।
ଗୋଳନ୍ଥରା ଥାନା ଅଞ୍ଚଳରେ ଏପରି ଗୁଣ୍ଡାରାଜ ଦେଖିବାକୁ ମିଳିଥିଲା। ଗାଁରେ ପଶି ଖଣ୍ଡାଧରି ଆତଙ୍କ ଖେଳାଇବା ସହ ଆକ୍ରମଣ କରିଥିଲେ ଏହି ଦୂବୃତ୍ତ। ଏହି ମରାଣାତ୍ମକ ଆକ୍ରମଣରେ ୨ଭାଜପା କର୍ମୀଙ୍କ ସହ ଅନ୍ୟ ୨ ଆହତ ହୋଇଥିଲେ। ୪ ଯୁବକ ବାଇକରେ ଆସି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଗତ ୭ରେ ଗୋଳନ୍ଥରାରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିଲା


