ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା: ଜଣେ ଗିରଫ

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି କରଣସାହିର ଚାଟ୍‌ ବ୍ୟବସାୟୀ ସତ୍ୟନାରାୟଣ ସାହୁଙ୍କ ଠାରୁ ଟଙ୍କା ଲୁଟ ଏବଂ ଆକ୍ରମଣ ଘଟଣାରେ ପୋଲିସ ଗୁରୁବାର ଦିଗପହଣ୍ଡି ସାହାଣୀ ସାହିର ମୁରଲୀ ଦାସଙ୍କୁ ଗିରଫ କରିଛି। ତାଙ୍କୁ ମାମଲା ନଂ.୪୬/୨୫ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏହତ ଘଟଣାରେ ଜଣେ ନାବାଳକଙ୍କ ସମ୍ପୃକ୍ତି ରହିଛି। ତାଙ୍କୁ ବ୍ରହ୍ମପୁର ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବା ପରେ ବ୍ରହ୍ମପୁରସ୍ଥିତ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଗତ ମଙ୍ଗଳବାର ଅପରାହ୍ନରେ ବ୍ୟବସାୟୀ ସତ୍ୟନାରାୟଣ ତାଙ୍କ ଠେଲାଗାଡ଼ି ନେଇ ଯାଉଥିବା ବେଳେ ମୁରଲୀ ଏବଂ ତାଙ୍କ ସହଯୋଗୀ ମିକ୍ଚର ଏବଂ କୁରକୁରେ ଖାଇବାକୁ ମାଗିଥିଲେ। ସତ୍ୟନାରାୟଣ ପଇସା ମାଗିବାରୁ ତାଙ୍କୁ ଗାଳି ଦେବାସହ କିଛି ସାମଗ୍ରୀ ଫୋପାଡି ଦେଇଥିଲେ। ପରେ ଠେଲା ଗାଡ଼ିରୁ ୧୨ ଶହ ଟଙ୍କା ଲୁଟି ନେଇ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ଥାନାରେ ଏତଲା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ବାହାରେ କନ୍ଧମାଳ ହଳଦୀ-ମସଲାର ବଢୁଛି ଚାହିଦା: ଲକ୍ଷପତି ଦିଦିଙ୍କଠାରୁ ଜିନିଷ କିଣି ଉତ୍ସାହିତ କଲେ କେନ୍ଦ୍ରମନ୍ତ୍ରୀ

ଦାରିଙ୍ଗବାଡି, ୨୫।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିର ଲକ୍ଷପତି ଦିଦି ଝରଣା ସାହୁଙ୍କଠାରୁ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ବିଶ୍ୱବିଖ୍ୟାତ କନ୍ଧମାଳ ହଳଦୀ ଗୁଣ୍ଡ ଓ କିଛି...

କାମ କରିବା ବେଳେ ଧସିଲା ମାଟି ଅତଡ଼ା, ଚାପି ହୋଇଗଲେ ୩ ଶ୍ରମିକ

ବଣାଇଁ,୨୫ା୨(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଖଣି ନିଗମ କୁର୍ମିତାର ଲୌହ ଖଣିରେ ଖଣି ଖନନ ପାଇଁ ନୂଆ ଠିକା ପାଇଥିବା କମ୍ପାନୀ ଏବେ ଖଣି ଖନନ ପରେ...

ମଝି ରାସ୍ତାରେ ଅଟକିଲେ ହାତୀପଲ

କେନ୍ଦୁଝର,୨୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ପୁତୁଲୁପାଣି ରାସ୍ତାରେ ମଙ୍ଗଳବାର ସକାଳେ ଏକ ହାତୀ ଦଳ ରାସ୍ତା ପାର ହୋଇ...

ତେଲ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଫୋନ୍ କରି କହିଥିଲେ…

ବଲାଙ୍ଗୀର,୨୫/୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷରା ଥାନା ଅନ୍ତର୍ଗତ ତୁଷରା’ର ଯୁବକ ଆସମାନ ଛତ୍ରିଆ (୧୯) ଙ୍କ ମୃତଦେହ ସୋମବାର ରାତିରେ ତେଲନଦୀ ବ୍ରିଜ...

ହଠାତ୍‌ ଥରିଲା ଘରର ଝରକା-କବାଟ, ଆଉ ତା’ ପରେ…

ବାଲେଶ୍ୱର,୨୫ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସିମୁଳିଆ, ଔପଦା, ସୋର, ଖଇରା, ବାହାନଗା, ରେମୁଣା, ନୀଳଗିରି ସମେତ...

ବ୍ୟାଗ୍‌ରେ ଭର୍ତ୍ତି କରି ନବଜାତ ଶିଶୁକୁ ଫିଙ୍ଗିଦେଲେ, କାନ୍ଦ ଶୁଭିବାରୁ…

ବାଲେଶ୍ୱର,୨୫ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଦେଇ ଯାଇଥିବା ୬୦ ନଂ ଜାତୀୟ ରାଜପଥର ରୂପ୍‌ସା ଥାନା ଅନ୍ତର୍ଗତ ଧାରି ପୋଲ ନିକଟରୁ ମଙ୍ଗଳବାର ଏକ ବ୍ୟାଗ୍‌...

ପୃଥକ୍‌ ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର

ପାଟଣା,୨୫ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା କେନ୍ଦୁଝର ତୁରୁମୁଙ୍ଗା ୪୯ ନମ୍ବର ମୁମ୍ବାଇ କୋଲକାତା ଜାତୀୟ ରାଜପଥର ହାତୀବାରି ମଣ୍ଟୁ ଢାବା...

ଶୌଚ ହେବାକୁ ଯିବା ସମୟରେ ଦନ୍ତାହାତୀ ହାବୁଡରେ ପଡ଼ିଗଲେ ଶ୍ରମିକ, ଆଉ ତା’ପରେ…

ଭଞ୍ଜନଗର,୨୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅନ୍ତର୍ଗତ କିରାପଲ୍ଲୀ ଗ୍ରାମ ନିକଟରେ ସୋମବାର ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image