ଲକ୍ଷ୍ନୌ,୨୯।୬: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଆକ୍ରମଣ ମାମଲାରେ ଉତ୍ତର ପ୍ରଦେଶ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୪ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ଏହା ସହିତ ସାହାରନପୁର ପୋଲିସ ମଧ୍ୟ ଏହି ଆକ୍ରମଣରେ ବ୍ୟବହୃତ କାରକୁ ଉଦ୍ଧାର କରିଛି। ବୁଧବାର ସାହାରନପୁରର ଦେଓବନ୍ଦରେ ଭୀମ ଆର୍ମି ଚିଫଙ୍କ ଉପରକୁ ଫାୟାରିଂ କରାଯାଇଥିଲା। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି।