Categories: ଜାତୀୟ

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ

ଲକ୍ଷ୍ନୌ,୨୯।୬: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଆକ୍ରମଣ ମାମଲାରେପୋଲିସ ପଚରାଉଚରା କରୁଥିବା କିଛି ଲୋକଙ୍କୁ ଅଟକ ରଖିଛି। ଏହି ଆକ୍ରମଣରେ ସମ୍ପୃକ୍ତ କାରକୁ ମଧ୍ୟ ପୋଲିସ ଉଦ୍ଧାର କରିଛି ବୋଲି କୁହାଯାଇଛି। ଏହି ସମୟରେ ଚନ୍ଦ୍ରଶେଖରଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ପାଇଁ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ହସ୍ପିଟାଲରେ ପହଞ୍ଚିଥିବା ଜଣାପଡିଛି।

ଏସଏସପି ଡ. ଭିପିନ ତାଡା କହିଛନ୍ତି, ଚନ୍ଦ୍ରଶେଖରଙ୍କ ଉପରେ ଆକ୍ରମଣ ଘଟଣାରେ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ଚାରିଟି ଦଳ ନିୟୋଜିତ ହୋଇଛନ୍ତି। ପୋଲିସକୁ ସଫଳତା ମଧ୍ୟ ମିଳିଛି। ପଚରାଉଚରା କରାଯାଉଥିବା କିଛି ଲୋକଙ୍କୁ ପୋଲିସ ଅଟକ ରଖିଛି। ଅନ୍ୟପକ୍ଷରେ ଆଜାଦ ସମାଜ ପାର୍ଟିର ରାଷ୍ଟ୍ରୀୟ ସଭାପତି ଚନ୍ଦ୍ରଶେଖରଙ୍କ ଅବସ୍ଥା ସ୍ବାଭାବିକ ରହିଛି। ତାଙ୍କୁ ବର୍ତ୍ତମାନ ଜିଲା ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି।

Share