କୋପେନହାଗନ,୮।୬: ସେଣ୍ଟ୍ରାଲ କୋପେନହାଗନରେ ଜଣେ ବ୍ୟକ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନଙ୍କ ଉପରେ ଆକ୍ରମଣ କରିଥିଲେ। ପୋକେନହାଗନର ଜଣେ ବାସିନ୍ଦା ଏହି ସୂଚନା ଦେଇଛନ୍ତି। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କ ଉପରେ ଜଣେ ବ୍ୟକ୍ତି ଆକ୍ରମଣ କରିଥିଲେ ଏବଂ ଆକ୍ରମଣ ପରେ ସେ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଡରି ଯାଇଥିଲେ। ଏହି ଆକ୍ରମଣ ପରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଯାଇଥିଲେ। ଖୁସିର କଥା, ସେ ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରରୀଙ୍କର କୌଣସି କ୍ଷତି ହୋଇ ନାହିଁ।
ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଲିସ କହିଛି ଯେ ସେମାନେ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛନ୍ତି, କିନ୍ତୁ ଅଧିକ ବିବରଣୀ ଦେବାକୁ ମନା କରି ଦେଇଛନ୍ତି। ୟୁରୋପୀୟ କମିଶନର ଉର୍ସୁଲା ଭନ ଡେର୍ ଲେଏନ ଏହାକୁ ଏକ ଘୃଣ୍ୟ କାର୍ଯ୍ୟ ବୋଲି କହିଛନ୍ତି।