ଡିଜେଲ ଚୋରି ରାକେଟ ଉପରେ ଚଢ଼ାଉ: ଦୁଇ ବୋଲେରୋ ଜବତ, ୫ ଗିରଫ

କଣିହାଁ,୫।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ଥାନା କୁମୁଣ୍ଡା ଗ୍ରାମରେ ଏକ ପଡିଆ ନିକଟରୁ ଶୁକ୍ରବାର ଭୋର୍‌ରୁ ଏକ ଡିଜେଲ ଚୋରି ରାକେଟ ଉପରେ ଜିଲା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ ଚଢ଼ାଉ କରି ବିପୁଳ ପରିମାଣର ଡିଜେଲ, ଦୁଇଟି ବୋଲେରୋ, ଦୁଇଟି ବାଇକ, ଗୋଟିଏ ସ୍କୁଟି ଜବତ କରିବା ସହିତ ୫ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି। ଏହି ଗ୍ୟାଙ୍ଗ ବିଭିନ୍ନ ଖଣି ଓ ଟ୍ରାନ୍ସପୋର୍ଟ କମ୍ପାନୀର ଗାଡ଼ିରୁ ଡିଜେଲ ଚୋରି କରିଥାନ୍ତି। ଏନେଇ ବିଭିନ୍ନ ଅଭିଯୋଗ ଆସିବାରୁ ଚଢ଼ାଉ କରାଯାଇଥିଲା। ଏହା ପୂର୍ବରୁ ପାଳଲହଡାରେ ଏକ ଗ୍ୟାଙ୍ଗକୁ କିଛିଦିନ ତଳେ ଧରାଯାଇଥିଲା । ଏଥିରେ ତାଙ୍କର ସଂପୃକ୍ତ ଥିବା ନେଇ ଅନୁମାନ କରାଯାଉଥିବା ସ୍ପେଶାଲ ସ୍କ୍ବାଡର ଅଧିକାରୀ ଦୀନକୃଷ୍ଣ ମିଶ୍ର ପ୍ରକାଶ କରିଛନ୍ତି। ସମସ୍ତ ଜବତ ଡିଜେଲ, ଗାଡି ଓ ଅଭିଯୁକ୍ତ୫ ଙ୍କୁ କଣିହାଁ ପୋଲିସକୁ ହସ୍ତାନ୍ତର କରାଯାଇଛି । ଏ ନେଇ ପୋଲିସ ଅଧିକ ଖୋଳତାଡ଼ କରିବା ସହିତ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।