ହୋଲିରେ ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ

କଟକସଦର,୨୯।୩: ହୋଲିରେ ଚୋରାରେ ମଦ ବିକ୍ରି ହେଉଥିବା ଖବର ପାଇଁ ୪୨ ମୌଜା ଫାଣ୍ଡି ଅଧିକାରୀ କୃପାସିନ୍ଧୁ ବରାଡ଼ ଝାରକଟା ଗ୍ରାମରେ ଚଢାଉ କରିଥିଲେ। ସେତିକିବେଳେ ଚୋରାମଦ ବିକ୍ରେତା ଓ ତାଙ୍କ ସ୍ତ୍ରୀଙ୍କ ସମେତ ପରିବାରର ଅନ୍ୟ ଲୋକମାନେ ବ୍ଲେଡ୍‌ରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ପୋଲିସ ଏସ୍‌ଆଇ ତଥା ଫାଣ୍ଡି ଅଧିକାରୀ ବରାଡ଼ଙ୍କ ୨ ହାତରେ ଆଘାତ ଲାଗିଛି। ଅନ୍ୟପକ୍ଷେ ପୋଲିସ ୩ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share