ଲକର ଚାବି ନ ଦେବାରୁ ସୁନା ଦୋକାନୀଙ୍କୁ ଆକ୍ରମଣ

ଆସିକା, ୧୬ା୧୨ (ଡି.ଏନ.ଏ): ଆସିକା ଏନ୍‌ଏସି ଅର୍ନ୍ତଗତ ବଜାରସାହିରେ ଥିବା ମହାଲକ୍ଷ୍ମୀ ଜୁଏଲର୍ସର ମାଲିକ ପ୍ରଭାକର ପାତ୍ର ଓ ତାଙ୍କ ଝିଅଙ୍କୁ ଗୁରୁବାର ରାତି ପ୍ରାୟ ୮ଟା ସମୟରେ ୪ଜଣ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆସିକା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ପ୍ରଭାକରଙ୍କୁ ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଇ ଦିଆଯାଇଛି। ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଏସ୍‌ଡିପିଓ ଉମାଶଙ୍କର ସିଂ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଚଲାଇଛନ୍ତି। ପ୍ରକାଶ ଯେ, ପ୍ରଭାକର ଅଳଙ୍କାର ଦୋକାନ ବନ୍ଦ କରି ଘର ଭିତରକୁ ଯାଉଥିବା ବେଳେ ୪ ଜଣ ମୁଖାପିନ୍ଧା ଯୁବକ ଘର ଭିତରେ ଧସେଇ ପଶିଥିଲେ। ସେମାନେ ପ୍ରଭାକରଙ୍କୁ ଲକର ଚାବି ମାଗିଥିଲେ। ସେ ନ ଦେବାରୁ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହା ଦେଖି ତାଙ୍କ ଝିଅ ପାଟି କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଦୁଇଟି ମୋବାଇଲ ଓ ଲାପ୍‌ଟପ ନେଇ ଫେରାର ହୋଇଯାଇଥିଲେ।

Share