Categories: ଖେଳ

ଲିଓନ୍‌ ଫୁଟବଲ୍‌ ଟିମ୍‌ ବସ୍‌ ଉପରେ ଆକ୍ରମଣ

ପ୍ୟାରିସ୍‌,୩୧ା୧୦: ଫ୍ରାନ୍ସର ଫୁଟବଲ୍‌ କ୍ଲବ୍‌ ଲିଓନ୍‌ର ଟିମ୍‌ ବସ୍‌ ଉପରେ ଆକ୍ରମଣ ଘଟଣାରେ ପୋଲିସ୍‌ ୯ ଜଣଙ୍କୁ ଅଟକ ରଖିଛି। ଏହା ସହିତ ଅନ୍ୟ ଆକ୍ରମଣକାରୀଙ୍କ ସନ୍ଧାନରେ ରହିଛି ପୋଲିସ୍‌। ଏହି ଆକ୍ରମଣରେ କୋଚ୍‌ ଫାବିଓ ଗ୍ରୋସୋଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ମାର୍ସେଲିରେ ଥିବା ମ୍ୟାଚକୁ ସ୍ଥଗିତ ରଖାଯାଇଛି। ରବିବାର ରାତିରେ ଲିଓନ୍‌ ଟିମ୍‌ର ଖେଳାଳି ବସ୍‌ରେ ଫେରୁଥିବା ବେଳେ ବସ୍‌ ଉପରକୁ ଟେକା ପଥର ମାଡ କରାଯାଇଥିଲା। ଏଥିରେ କୋଚ୍‌ଙ୍କ ଆଖିର ଉପରଭାଗ ଫାଟି ଯାଇଥିଲା। ସେହିପରି ୫ ଜଣ ପୁଲିସ କର୍ମୀ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଛନ୍ତି। ଫ୍ରାନ୍ସର ଗୃହ ମନ୍ତ୍ରୀ ଜେରାଲ୍ଡ ଡାର୍ମାନିନ୍‌ ପୋଲିସ୍‌ କର୍ମୀ ଆହତ ହୋଇଥିବା ନେଇ ସୂଚନା ଦେଇଥିଲେ। ଷ୍ଟାଡିୟମ ବାହାରେ ଏହି ଘଟଣା ଘଟିଥିବାରୁ ଏଥିପାଇଁ ପୋଲିସ କର୍ମୀଙ୍କୁ ଦାୟୀ କରାଯାଇଛି। ଲିଓନ୍‌ର କୋଚ୍‌ ରାଫେଲେ ଲୋଙ୍ଗୋ ମଧ୍ୟ ଆହତ ହୋଇଛନ୍ତି । ଏହା ସହିତ ଲିଓନ୍‌ ଫ୍ୟାନ ମାନଙ୍କୁ ନେଇ ଯାଉଥିବା ବସ୍‌ ଉପରେ ମଧ୍ୟ ଆକ୍ରମଣ କରାଯାଇଛି।

Share