Categories: ଜାତୀୟ

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ

ତୁରା,୨୫।୭: ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗ୍‌ମାଙ୍କ ତୁରାସ୍ଥିତ କାର୍ଯ୍ୟାଳୟ ଉପରକୁ ସୋମବାର ସନ୍ଧ୍ୟାରେ ବିକ୍ଷୋଭକାରୀ ଟେକାମାଡ଼ କରିଛନ୍ତି। ଆକ୍ରମଣରେ ସାଙ୍ଗ୍‌ମାଙ୍କ ୫ ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ତୁରାକୁ ଶୀତଦିନିଆ ରାଜଧାନୀ ଦାବିରେ ଗୋରା ହିଲ୍ସର ସିଭିଲ୍‌ ସୋସାଇଟି କିଛିଦିନ ହେବ ଅନଶନରେ ବସିଛନ୍ତି। ସୋମବାର ସନ୍ଧ୍ୟାରେ ସାଙ୍ଗ୍‌ମା ବିକ୍ଷୋଭକାରୀଙ୍କ ସହ ସେମାନଙ୍କ ଦାବି ସଂକ୍ରାନ୍ତରେ ଆଲୋଚନା କରୁଥିବାବେଳେ କେତେଜଣ ପ୍ରଥମେ କାର୍ଯ୍ୟାଳୟ ଉପରକୁ ଟେକା ପିଙ୍ଗିବା ଆରମ୍ଭ କରିଥିଲେ। ସେଠାରେ ଥିବା ସୁରକ୍ଷାକର୍ମୀ ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାଳୟ ଭିତରକୁ ସୁରକ୍ଷିତ ଭାବେ ନେଇଯାଇଥିଲେ। ତେବେ କାର୍ଯ୍ୟାଳୟରୁ ବାହାରିବା ବାଟରେ ବିକ୍ଷୋଭକାରୀମାନେ ଜଗି ବସିଥିବାରୁ ସାଙ୍ଗ୍‌ମାଙ୍କ ପକ୍ଷେ ସେଠାରୁ ବାହାରିବା ଅସମ୍ଭବ ହୋଇପଡ଼ିଛି। କାର୍ଯ୍ୟାଳୟ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

Share