ନାଇଜର ସୀମାରେ ଆକ୍ରମଣ, ୪୦ ମୃତ

ନିଆମେ, ୨୩ା୩: ନାଇଜରର ତାହୋଆ ଅଞ୍ଚଳରେ ଏକ ସଶସ୍ତ୍ର ଆକ୍ରମଣ ଯୋଗୁ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସେନା ଓ ଆକ୍ରମଣକାରୀ ମୁହାଁମୁହିଁ ହୋଇଥିଲେ। ସମ୍ପ୍ରତି ରାଷ୍ଟ୍ରପତି ନିର୍ବାଚନ ପରେ ନାଇଜରରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ମହମ୍ମଦ ବେଜୋମ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଏହାକୁ ପୂର୍ବତନ ରାଷ୍ଟ୍ରପତି ମହାମାନେ ଓସ୍‌ମାନେ ବିରୋଧ କରିଥିଲେ। ନିର୍ବାଚନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିବା ସହ ପ୍ରକୃତରେ ସେ ବିଜେତା ବୋଲି ଓସ୍‌ମାନେ ଦାବି କରିଥିଲେ।

Share