Advertisement

ପାକିସ୍ତାନ ଏୟାର ବେସରେ ଆକ୍ରମଣ, ୩ ଆତଙ୍କବାଦୀ ମୃତ

ଇସଲାମାବାଦ,୪।୧୧: ପାକିସ୍ତାନର ମିଆନୱାଲି ଏୟାରବେସରେ ଏକ ବଡ଼ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ଜିହାଦ ନିଜକୁ ଦାୟୀ କରିଛି। ଏହାପରେ ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନୀ ସେନାର ଅପରେସନ ଚାଲିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମିଆନୱାଲି ଏୟାରବେସରେ ଏହି ଆକ୍ରମଣରେ ବହୁ କ୍ଷୟକ୍ଷତି ହୋଇଛି।
ପାକିସ୍ତାନୀ ସେନା ଏକ ବୟାନ ଜାରି କରି କହିଛି ଯେ ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀ ଆକ୍ରମଣ ବିଫଳ ହୋଇଛି ବୋଲି ସେନା କହିଛି। ଏହା ସହିତ ସେନା କହିଛି ଯେ ସେମାନଙ୍କର ଅପରେସନ ଶେଷ ପର୍ଯ୍ୟାୟରେ ଅଛି। ପାକିସ୍ତାନୀ ସେନା କହିଛି ଯେ ଆତ୍ମଘାତୀ ଆକ୍ରମଣ ଯୋଗୁଁ ବାୟୁସେନାର ୩ଟି ବିମାନ କ୍ଷତିଗ୍ରସ୍ତ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share