ପୋଲିସଙ୍କ ଉପରେ ଆକ୍ରମଣ: ଗୁପ୍ତ ଅପରେଶନରେ ୪ ଆତଙ୍କବାଦୀଙ୍କ ମୁଣ୍ଡଗଡିଲା…

ଇସଲାମାବାଦ,୧୩।୧୧ : ଖାଇବର ପାସ୍ତୁନଖ୍ବାର ଡେରା ଇସମାଇଲ ଖାନ ଜିଲାର କୁଲାଚି ତହସିଲରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୂଚନାନୁସାରେ, ଘରକୁ ଫେରୁଥିବା ବେଳେ ପୋଲିସ ଜାମିଲ ଶାହାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଗୁଳିମାଡରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହାପରେ ଆକ୍ସ ମୋଡରେ ପୋଲିସ ବିଭାଗ ପକ୍ଷରୁ ଗୁପ୍ତଚର ଅପରେଶନ କରାଯାଇ ଡେରା ଇସମାଇଲ ଖାନ ଜିଲାର ଟେଙ୍କରେ ଥିବା ୪ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ପାଲିସ ଅଧିକାରୀ କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ଆତଙ୍କବାଦୀମାନେ ଦୁଇ ମୃତଦେହକୁ ନେଇଯିବାରେ ସଫଳ ହୋଇଥିଲେ।

Share