ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇ ମାଡ଼ ଖାଇଲେ ଥାନା ଅଧିକାରୀଙ୍କ ସହ ୪ ପୋଲିସ

ଯାଜପୁର,୧୧।୧୦: ପୁଣି ପୋଲିସ ଉପରେ ଆକ୍ରମଣ । ଏଥିରେ ୭ ପୋଲିସ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ବଡ଼ଚଣା ଥାନା ଅଞ୍ଚଳରେ। ପିପିଲି ଅଞ୍ଚଳର ହୋଇଥିବା ଜଣେ ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଜପୁର ଯାଇଥିବା ପୋଲିସ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଡେଲାଙ୍ଗ ଥାନା ଅଧିକାରୀ ଓ ବଡ଼ଚଣା ଥାନାର ୩ ପୋଲିସ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ଡେଲାଙ୍ଗରୁ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିଲା। ତାଙ୍କୁ ଉଦ୍ଧାର ପାଇଁ ଡେଲାଙ୍ଗ ଥାନା ଅଧିକାରୀ ପୋଲିସ ଟିମ୍‌ ସହ ଯାଜପୁର ଯାଇଥିଲେ। ଆକ୍ରମଣ ନେଇ ବଡ଼ଚଣା ଥାନାରେ ଡେଲାଙ୍ଗ ପୋଲିସର ଅଭିଯୋଗ କରିଛି। ଆକ୍ରମଣକାରୀଙ୍କୁ ଧରିବାକୁ ସ୍ପେଶାଲ ଟିମ୍‌ ଛାନଭିନ୍‌ ଆରମ୍ଭ କରିଛି।

Share