କୋରୁକୋଣ୍ଡା,୭ା୧(ଡି.ଏନ୍.ଏ.): ଗଞ୍ଜେଇ ଚାଷ ନଷ୍ଟ ବେଳେ ପୋଲିସକୁ ଶନିବାର ଆକ୍ରମଣ ହୋଇଛି। ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ହୋମଗାର୍ଡଙ୍କୁ ମଧ୍ୟ ଗ୍ରାମବାସୀ ଅଟକ ରଖିଛନ୍ତି।
ସୂଚନାନୁଯାୟୀ ଏସ୍ଡିପିଓଙ୍କ ନେତୃତ୍ୱରେ ମାଲକାନଗିରି ଜିଲା ଓର୍କେଲ ଥାନା ରାଜାବନ୍ଧ ଗାଁରେ ଆଜି ପୋଲିସ ଚଢ଼ାଉ କରିଥିଲା। ଗଞ୍ଜେଇ ଚାଷ ହେଉଥିବା ନେଇ ଖବର ପାଇବା ପରେ ପୋଲିସ ପକ୍ଷରୁ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ପ୍ରୟାସ କରାଯାଇଥିଲା। ଏହି ସମୟରେ ଗାଁ ଲୋକେ ଏହାକୁ ପ୍ରବଳ ବିରୋଧ କରିଥିଲେ। ଫଳରେ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଏଥିରେ ୩ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଜଣେ ହୋମଗାର୍ଡକୁ ଗ୍ରାମବାସୀ ଅଟକ ରଖାଯାଇଛି। ଅର୍କେଲ ଏସ୍ଡିପିଓଙ୍କ ନେତୃତ୍ୱରେ ଅତିରିକ୍ତ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁରେ ପୁଷପର୍ବ ଚାଲିଥିବା ବେଳେ ଏହି ଘଟଣା ଘଟିଛି।