Categories: ଜାତୀୟ

ପୋଲିସ ଟିମ୍‌କୁୁ ନିସ୍ତୁକ ପିଟିଲେ ଲୋକେ: ୨ ଗୁରୁତର ଆହତ

ଲକ୍ଷ୍ନୌ, ୨୩।୮: ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ଖରାପ ହେବାରେ ଲାଗିଛି। ସ୍ଥାନୀୟ ସୀତାପୁର ଅଞ୍ଚଳର ମାନପୁର ଥାନା ଅନ୍ତର୍ଗତ ଫୁଲପୁର ଗାଁରେ ଜମିଜମା ଗଣ୍ଡଗୋଳ ଲାଗି ରହିଥିଲା। ଏଠାରେ ଭଗୌତି ନାମକ ଜଣେ ବ୍ୟକ୍ତି ନିଜ ଜମିରେ କାନ୍ଥ ନିର୍ମାଣ କରୁଥିଲେ। ତେବେ ଏହାକୁ ରାମଆସରେ ନାମକ ଜଣେ ବ୍ୟକ୍ତି ବିରୋଧ କରୁଥିଲେ। ଥାନାରେ ଏନେଇ ଭଗୌତିଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା। ଥାନା ପକ୍ଷରୁ ୨ ଜଣ ସିପାହୀ କର୍ମବୀର ପ୍ରଦୀପଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ତେବେ ଅଭିଯୁକ୍ତ ରାମଆସରେ ତାଙ୍କର କିଛି ସାଥିଙ୍କ ସହିତ ସିପାହୀଙ୍କ ଉପରେ ଠେଙ୍ଗାରେ ହଠାତ୍‌ ଆକ୍ରମଣ କରିଥିଲେ। ଦୁଇ ସିପାହୀଙ୍କୁ ସେମାନେ ନିସ୍ତୁକ ପିଟିଥିଲେ। ସିପାହୀମାନେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଥାନା ପକ୍ଷରୁ ଘଟଣାସ୍ଥଳରେ ଅଧିକ ଫୋର୍ସ ମୁତୟନ କରାଯାଇଥିଲା। ଆହତ ସିପାହୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତି ଥିତ୍ତ୍ବା ୧୮ ଜଣ ଗ୍ରାମବାସୀଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share