ପୋଲିସ ଭ୍ୟାନ୍‌ ଉପରେ ଆକ୍ରମଣ: ୬ ମୃତ

ଇସଲାମାବାଦ୍‌,୧୬।୧୧: ପାକିସ୍ତାନର ଖାଇବର ପାଖଟୁଖୱା ପ୍ରଦେଶରେ ପୋଲିସ ଭ୍ୟାନ ଉପରକୁ ଆକ୍ରମଣ ହୋଇଛି। ଏଥିରେ ୬ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ପୋଲିସ କହିଛି, ଦକ୍ଷିଣ ୱାଜିରିସ୍ତାନ ସୀମାବର୍ତ୍ତୀ ଲକ୍ଷ୍ମୀ ମାରୱାଟ ଜିଲାରେ କିଛି ଅଜ୍ଞାତ ବନ୍ଧୁକଧାରୀ ପୋଲିସ ଭ୍ୟାନକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ପୋଲିସ ପୋଷ୍ଟର ସହକାରୀ ସବ-ଇନ୍ସପେକ୍ଟରଙ୍କ ସମେତ ୬ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ପଳାତକ ଆକ୍ରମଣକାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏହି ଘଟଣାକୁ ନିନ୍ଦା କରିଛନ୍ତି।
ଗତ ସପ୍ତାହରେ ଦକ୍ଷିଣ ୱାଜିରିସ୍ତାନ ଜିଲାର ରାଘଜାଇ ପୋଲିସ ଷ୍ଟେଶନରେ ବହୁ ସଶସ୍ତ୍ର ଆକ୍ରମଣକାରୀ ଗୁଳି ଚଳାଇ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ।

Share