ଠାକୁରମୁଣ୍ଡା,୩୦ା୩(ଡି.ଏନ୍.ଏ.): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ଟାଙ୍ଗିଆ ଓ ଧନୁତୀର ଆକ୍ରମଣରେ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଜମିଜମା ବିବାଦକୁ ନେଇ ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଧାତିକିଡିହା ଗ୍ରାମର କାଠିଆ ମଢ଼େଇ (୭୦) ବୁଧବାର ସକାଳେ ମହୁଲଗଛ ମୂଳରୁ ମହୁଲଫୁଲ ଗୋଟାଉ ଥିବାବେଳେ କଲୋନୀ ସାହି ଗ୍ରାମରେ ଘରଜୋଇଁଆ ଥିବା ଗ୍ରାମର ଆଇବନ ଦାସ ଏକ ଟାଙ୍ଗିଆ ନେଇ ତାଙ୍କୁ ଚୋଟ ମାରିବା ସହ ଧନୁତୀର ମାରିଥିଲେ। ମହୁଲ ଗୋଟାଉଥିବା କାଠିଆଙ୍କ ପାଖରେ ଥିବା ତୀରଗୁଡ଼ିକ ଛଡ଼ାଇ ନେଇ ଆଇବନ କାଠିଆଙ୍କ ଉପରେ ତୀରବିଦ୍ଧ କରିବା ସହ ଟାଙ୍ଗିଆରେ ହାଣି ଦେଇଥିଲେ। ଆକ୍ରମଣରେ ଗୁରୁତର କାଠିଆଙ୍କୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ମହୁଲଡିହା ପୋଲିସ ପହଞ୍ଚି ତଦନ୍ତ କରୁଛି।