ଭଞ୍ଜନଗର,୨୭ା୫(ଡି.ଏନ୍.ଏ.): ରାଜ୍ୟରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ଖବରଦାତାଙ୍କ ଉପରେ ଦିନକୁ ଦିନ ଆକ୍ରମଣ ବଢୁଛି। କେତେବେଳେ ପୋଲିସ ତ ଆଉ କେତେବେଳେ ଠିକାଦାର, ବ୍ୟବସାୟୀ, ନେତା ପ୍ରମୁଖଙ୍କ ଆକ୍ରମଣର ଶିକାର ହେଉଛନ୍ତି। ସରକାର ଖବରଦାତାଙ୍କୁ ସୁରକ୍ଷା ଦେଇପାରିନାହାନ୍ତି। ଯାହାକି ଚିନ୍ତାଜନକ ବିଷୟ। ଏହିଭଳି ପରିସ୍ଥିତିରେ ପୁରୀରେ କାର୍ଯ୍ୟରତ ଧରିତ୍ରୀ ଖବରକାଗଜର ଜିଲା ପ୍ରତିନିଧି ଦତ୍ତାତ୍ରେୟ ନାୟକଙ୍କ ଉପରେ ପୋଲିସ ଆକ୍ରମଣ କରିଛି। ଘଟଣା ଘଟିବାର ଇତିମଧ୍ୟରେ
୬ ଦିନ ବିତିଗଲାଣି ଅଥଚ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଗୁରୁବାର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପିଜି ଛାତ୍ରୀ ସରିତା ନାୟକ,ଛାତ୍ର ଆନନ୍ଦ ମିଶ୍ର, ନିଲୁ ବିଶୋଇ, ସୀମାଞ୍ଚଳ ବିଶୋଇ, ଚିନ୍ମୟ ଆଚାରୀ, ନିତେଶ ପାତ୍ର ପ୍ଲା କାର୍ଡ ଧରି ପ୍ରତିବାଦ କରିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ