ସୋନୁ ନିଗମଙ୍କୁ ଆକ୍ରମଣ ଘଟଣା: ବିଧାୟକଙ୍କ ପୁଅ ନାଁରେ ଏତଲା

ମୁମ୍ବାଇ, ୨୨।୨: ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ଆକ୍ରମଣ ଘଟଣାରେ ମଙ୍ଗଳବାର ମୁମ୍ବାଇ ପୋଲିସ ଉଦ୍ଧବ ଗୋଷ୍ଠୀ ବିଧାୟକ ପ୍ରକାଶ ଫାଟେରପରକରଙ୍କ ପୁଅ ସ୍ବପନିଲ ପି. ଫାଟେରପକାରଙ୍କ ବିରୋଧରେ ଏତଲା ଦାଏର କରିଛି। ସୋମବାର ଏକ ମ୍ୟୁଜିକାଲ କନ୍‌ସର୍ଟରୁ ପର୍ଫମାନ୍ସ ସାରି ଫେରିବା ସମୟରେ ସେଲ୍‌ଫି ପାଇଁ ସ୍ବପନିଲ ସୋନୁଙ୍କୁ ଅଟକାଇଥିଲେ। ଯେତେବେଳେ ସୋନୁ ସେଲ୍‌ଫି ପାଇଁ ମନା କରିଥିଲେ ସେତେବେଳେ ସ୍ବପନିଲ ତାଙ୍କୁ ଠେଲି ଦେଇଥିଲେ। ଘଟଣା ନେଇ ବିଧାୟକ ଫାଟେରପକାର କ୍ଷମା ମାଗିଥିବାବେଳେ ତାଙ୍କ ପୁଅ ଜାଣିଶୁଣି ଏପରି କରି ନ ଥିବା ସେ କହିଛନ୍ତି।

Share